-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
12-Oct-2022
ବୀରମହାରାଜପୁର (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ କମଳପୁର ଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବୀରମହାରାଜପୁର ଉପକେନ୍ଦ୍ର ତରଫରୁ ଆତ୍ମନିର୍ଭର କୃଷକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମl କୁମାରୀ ସୁମନଙ୍କ ସଭାପତିତ୍ୱରେ ବ୍ଲକ କୃଷି ଅଧିକାରୀ ମକରଧ୍ଵଜ ପଟେଲ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ
ଉଫୁଲା ସରପଞ୍ଚ ଶ୍ରୀୟା ମହାକୁର,ସହକାରୀ ବୈଷୟିକ କୃଷି ଅଧିକାରୀ ମିନକେତନ ମହାକୁର ପ୍ରମୁଖ ଯୋଗଦେଇ କୃଷି ଓ କୃଷକର ବିକାଶ ହେଲେ ଦେଶର ବିକାଶ ହୋଇପାରିବ ବୋଲି ପ୍ରକାଶ କରିଥିଲେ l ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ କୃଷକ ମାନଙ୍କ
ଆର୍ଥିକ, ସାମାଜିକ ଓ ମାନସିକ ସ୍ଥିତିରେ ଉନ୍ନତି ଓ ଆତ୍ମନିର୍ଭରଶୀଳ କିପରି ହୋଇପାରିବେ ସେନେଇ ଏକ ସଚେତନତା କରାଯାଇଥିଲା।ଅକ୍ଟୋବର ୧୧ ତାରିଖ ଠାରୁ ଆରମ୍ଭ ହୋଇ ୧୯ ଅକ୍ଟୋବର ପର୍ଯ୍ୟନ୍ତ ଏହି ସଚେତନ ଅଭିଯାନରେ ବ୍ରହ୍ମlକୁମାର ଇନ୍ଦ୍ର, ସୋମନାଥ, ଦୁଃଶାସନ, ଯଜ୍ଞ, ସୁଦାମ ଚରଣ ଦାଶ ଗୋପାଳ ଚାନ୍ଦ ଖିରୋଦ, ଜନକ ଚାନ୍ଦ, ଆରତୀ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ l ବେଦ ପ୍ରକାଶ ସଭା ପରିଚାଳନା କରିଥିବାବେଳେ ମଧୂସୁଦନ କର୍ଣ୍ଣ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ