-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
12-Oct-2022
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ଗତ କିଛିବର୍ଷ ଧରି ଦାବିହୋଇ ଶେଷରେ ସରକାରୀ ଦଳର ବିଧାୟକ ପ୍ରଚାରପତ୍ର ଲଗାଇ ଘୋଷଣା କରିଥିବା ହରିଶଙ୍କର- ନୃସିଂହନାଥ ରୋପ୍ ୱେ ପ୍ରକଳ୍ପକୁ ବାତିଲ୍ କରି ଅନ୍ୟତ୍ର ( ଚିଲିକା ) ସ୍ଥାନାନ୍ତରିତ କରିଦେଇଥିବା ପ୍ରତିବାଦରେ କୋଶଳ ମୁକ୍ତିମୋର୍ଚ୍ଚା ତରଫରୁ ପାଞ୍ଚଜଣ କାର୍ଯ୍ୟକର୍ତ୍ତା ଏହି ବର୍ଷାଋତୁରେ ଗତକାଲି ଠାରୁ ହରିଶଙ୍କରର ଥଣ୍ଡାପାଣି ଭିତରେ ଠିଆହୋଇ ଜଳସତ୍ୟାଗ୍ରହ ଆରମ୍ଭ କରି ଦିନତମାମ୍ ଓ ରାତିସାରା ଦୁଇଦିନହେଲା ସରକାରଙ୍କୁ ଦାବି କରିଆସି ଜଣେ ଗୁରୁତର ହୋଇପଡି ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ, ଗଣମାଧ୍ୟମରେ ସବୁଜାଣିଶୁଣି ସୁଦ୍ଧା ବଲାଙ୍ଗୀର ଜିଲ୍ଲାପାଳ ତଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ବାଚିତ ପାଟଣାଗଡ ବିଧାୟକ ତଥା ସରକାରୀ ଦଳର ବିଧାନସଭା ଉପମୁଖ୍ଯ ସଚେତକ ସରୋଜ ମେହେର ଓ ପାଟଣାଗଡ ବାସିନୀ ଭାଜପା ମହିଳା ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ ଅଦ୍ୟାବଧି ନିଦ
ଭାଙ୍ଗିନାହିଁ । ଆନ୍ଦୋଳନକାରୀମାନେ ଅଞ୍ଚଳ ତଥା ପଶ୍ଚିମ ଓଡିଶାର ହକ୍ ପାଇଁ ଜୀବନକୁ ବାଜି ଲଗାଇଦେଇ ସଂକଟମୟ ପରିସ୍ଥିତିରେ ଲଢେଇ ଜାରୀ ରଖିଥିବାବେଳେ ; ପ୍ରଶାସନ , ସରକାର ତଥା ନିର୍ବାଚିତ ଲୋକପ୍ରତିନିଧିମାନେ ଆରାମ୍ ରେ ଶୀତତାପନିୟନ୍ତ୍ରିତ କୋଠରୀରେ କିପରି ନିଦ୍ରା ଯାଉଛନ୍ତି ବୋଲି କୋଶଳବାସୀ ଉଦବେଗ ପ୍ରକାଶ କରିଛନ୍ତି ! ଅନ୍ତତଃପକ୍ଷେ ସରକାରଙ୍କ ତରଫରୁ ଆନ୍ଦୋଳନକାରୀମାନଙ୍କୁ ପଦେ ପ୍ରତିଶ୍ରୁତି ମଧ୍ୟ ଦିଆଯାଇନାହିଁ । ଏହି ଉଦାସୀନତା ଏହି ମାଓପ୍ରବଣ ଅଞ୍ଚଳ ଓ ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ହୋଇ ଆସୁଥିବା ଲୋକମାନଙ୍କର ବିଦ୍ରୋହ ଭାବନାକୁ ଉସକାଉ ନାହିଁ କି ? କିଏ ଏହାର ଜବାବ୍ ଦେବ ?