-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
11-Oct-2022
ବିନିକା(ହିମାଂଶୁ ଶେଖରପୁଟେଲ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ କଲେଜ ଗରୁଡ କେମ୍ପସ ପରିସରରେ ଥିବା ବହୁମୁଖି ବନ୍ୟା ଆଶ୍ରୟସ୍ଥଳୀ ଠାରେ ଆଜି ଠାରୁ ୧୦ଦିନ ବ୍ୟାପି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି ।ଓଡ଼ିଶା ଡିଜାଷ୍ଟର ମେନେଜମେଣ୍ଟ ତରଫରୁ ବିନିକା ଏନଏସି ଓ ସ୍ପୋର୍ଟସ କ୍ଲବ ତତ୍ତ୍ଵାବଧାନରେ ଅନୁଷ୍ଟିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ,ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପ୍ରୋଜେକ୍ଟ ଅଫିସର ବିଶ୍ଵନାଥ ନାୟକ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ,ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ.ଧୀରେନ୍ଦ୍ର ନାୟକ ଯୋଗଦେଇ ବିପତ୍ତି ବେଳେ ଜନସାଧାରଣଙ୍କୁ ସେବା ଯୋଗାଇବାର ମହତ୍ତ୍ ଉପରେ
ବକ୍ତବ୍ୟ ରଖିଥିଲେ ।ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭା ପ୍ରାରମ୍ଭରେ ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ର ଶିବିରର ଆଭିମୁଖ୍ୟ ଉପରେ ସୂଚନା ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କ୍ଲବ ସମ୍ପାଦକ ମନୋଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ଭାଗନେଇଥିବା ପ୍ରାୟ ୩୦ଜଣ ଯୁବକ ଯୁବତୀଙ୍କୁ ରାଉରକେଲାରୁ ଆସିଥିବା ରିସୋର୍ସ ପର୍ସନ ସୁଦାମ ଚନ୍ଦ୍ର ସ୍ୱାଇଁ ଓ ଅମିତ କୁମାର ରାଉତ ପ୍ରଶିକ୍ଷଣ ଦେଉଛନ୍ତି ।