-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
09-Oct-2022
ସୋନପୁର ମଝିପଡା ର ସାର୍ବଜନୀନ କାଳୀ ପୂଜା ପାଇଁ ଆଜି ସନ୍ଧ୍ୟା 6.15 ମିନିଟ ରେ ପୂଜା ମଣ୍ଡପ ଠାରେ ଶୁଭ ଖମ୍ବ ସ୍ଥାପନ କରାଯାଇଛି l ଏହି ଉପଲକ୍ଷେ ମା କାଳୀ ଙ୍କ ଫଟୋ ଚିତ୍ର ରେ ରୀତି ନୀତି ସହ ପୂଜକ ଚୈତନ ପୁଜାରୀ ଙ୍କ ଦ୍ୱାରା ପୂଜା ଵିଧି ଆଳତୀ କରାଯିବା ପରେ ଶୁଭ ଖମ୍ବ ସ୍ଥାପନ କରାଯିବା ବେଳେ ବାଜା ଘଣ୍ଟ ଶଙ୍ଖ ରେ ଏ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା l ଏହି କାର୍ଯ୍ୟକ୍ରମ ରେ ଡା. ଜଗତ ବନ୍ଧୁ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ଜ଼ିଲ୍ଲା ଡ୍ରଗିଷ୍ଟ କେମିଷ୍ଟ ସଂଘ ର ସମ୍ପାଦକ ସତ୍ୟ ନାରାୟଣ ଦରୁଆନ, କାଉନସିଲର ତଥl କମିଟି ସଭାପତି ପିୟୁଷ ପଣ୍ଡା,
କମଳା ସାହୁ ଙ୍କ ସମେତ ପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ଆଜି ରାତି ଠାରୁ ମା କାଳୀ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଏବର୍ଷ ପୂଜା ରେ ଖୁବ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ସହ ଶିକ୍ଷା, କ୍ରୀଡା, ସାଂସ୍କୃତିକ, ତଥl ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଜ଼ିଲ୍ଲା ତଥା ରାଜ୍ୟ ସ୍ତରୀୟ ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସମ୍ପାଦକ ବିକାଶ ପଣ୍ଡା ପ୍ରକାଶ କରିଛନ୍ତି l