-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
08-Oct-2022
ତୁଷୁରା(ପଂଚାନନ ବଗର୍ତ୍ତି)ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଆଜି ତୁଷୁରା ଠାରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଅଭିଯାନର ବଲାଙ୍ଗୀର ଜିଲ୍ଲା ସଭାପତି କପିଳ କୁମ୍ଭାର ଓ ଓଡ଼ିଶା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ପଶ୍ଚିମ ଓଡ଼ିଶା ସେବା ସଂଘ ସଭାପତି ରାଜେଶ ବଗତ୍ତଙ୍କ ନେତୃତ୍ୱରେ ଏହି ନିଶା ନିବାରଣ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଆଜି ଅଭିଯାନର ପ୍ରଥମ ଦିନ ତୁଷୁରା ଓ ଗୁଡଭେଲା ଅଂଚଳରେ ଅନୁଷ୍ଠିତ ହୋଇଥିବା ବେଳେ ଗତକାଲି ସଇଁନ୍ତଳା ଓ ଟିଟିଲାଗଡ଼ ଅଂଚଳରେ ନିଶା ନିବାରଣ ଅଭିଯାନ ଆୟୋଜିତ ହେବ ବୋଲି ଜଣାପଡିଛି । ଏହି ଅଭିଯାନରେ ଶତାଧିକ ପୁରଷ ଓ ମହିଳା ଯୋଗ ଦେଇ ଲୋକଙ୍କ ନିଶାର ଭୟାବହତା ଓ ଏହା କିପରି ଗୋଟିଏ ସୁନାର ପରିବାରକୁ ଚୁନା କରି ଦଏ ସେ ସଂପର୍କରେ ବୁଝାଇଥିଲେ । ସଂପର୍କରେ ବୁଝାଇଥିଲେ । ମଦମୁକ୍ତ ପଂଚାୟତ, ମଦମୁକ୍ତ ଓଡ଼ିଶା ଓ ମଦମୁକ୍ତ ଭାରତ ହିଁ ଆମର ଲକ୍ଷ ବୋଲି ଏହି ଅଭିଯାନର ସଭ୍ୟ ମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।