-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
08-Oct-2022
ବଲାଙ୍ଗିର(ପ୍ରେରଣା ଖବର) -ସୋନପୁର ଏନ.ଏଚ ୫୭ର ରଣ୍ଡା ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ଜୀବନ ଯାଇଛି । କ୍ଷତିପୂରଣ ଦାବୀରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ । ଯାହା ଫଳରେ ଏନ.ଏଚ ୫୭ରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ମୃତ ସାଇକେଲ ଆରୋହୀ ଜଣକ କୁରେଭନା ଗାଁର ନରହରି ପଧାନ ବୋଲି ଜଣାପଡିଛି ।
କୌଣସି କାମରେ ବଲାଙ୍ଗିରରୁ ଗାଁକୁ ଫେରୁଥିବା ସମୟରେ ଧକ୍କା ଦେଇଥିଲା ଟ୍ରାକ୍ଟର । ଟ୍ରକ୍ଟର ଧକ୍କାରେ ଘଟଣାସ୍ଥଳରେ ଜୀବନ ହାରିଥିଲେ ନରହରି । ଟ୍ରାକ୍ଟରକୁ ଘଟଣା ସ୍ଥଳରେ ଛାଡି ଫେରାର ମାରିଛି ଡ୍ରାଇଭର । ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବୀରେ ରାସ୍ତା ରୋକ କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଜାରୀ ରହିଛି ॥ ପୁଇଁନ୍ତଲା ପୋଲିସ ଶବ ଉଦ୍ଧାର କରିବା ସହିତ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଜା କରିବା ପାଇଁ ଚେଷ୍ଟା ଜାରୀ ରଖିଛି ।