-+91-9937148622 |
prerana_bgr@rediffmail.com |
Wednesday 29th July 2026 |
R.N.I. Regd No. ODIODI/2010/46693
Breaking News
04-Oct-2022
ବରଗଡ: ଓଡିଶାର ମାନ୍ୟବର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଆଜି ବିଜେପୁରର ବିଭିନ୍ନ ସ୍ଥାନ ମାନଙ୍କରେ ଅନୁଷ୍ଠିତ ହେଉଥିବା ମାଁ ଙ୍କ ଶାରଦୀୟ ନବଦିନାତ୍ମକ ପୂଜାପାର୍ବଣ ପରିଦର୍ଶନରେ ବାହାରି ଥିଲେ l ପ୍ରଥମେ ଆନନ୍ଦ ନଗର ସ୍ଥିତ ମାଁ ତାରିଣୀ ପୀଠ, ବସଷ୍ଟାଣ୍ଡ ସ୍ଥିତ ଶାରଦୀୟ ଦୂର୍ଗା ମାଁ ଙ୍କ ପୂଜା ମଣ୍ଡପ ଓ ପରେ ମାଁ ସମଲେଶ୍ୱରୀ ପୀଠକୁ ଯାଇ ଆଶିର୍ବାଦ ଭିକ୍ଷା କରିଥିଲେ ।ସାଥିରେ ବିଜେପୁର ବ୍ଳକ ଚେୟାରମନ୍ ମୋତିରାମ ସାହୁ ମଧ୍ୟ ଆଶିର୍ବାଦ ଭିକ୍ଷା କରିଥିଲେ ।ଏ ଅବସରରେ ଆୟୋଜକ ମାନେ ବେଶ ଉତ୍ସାହ ଓ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ଦଳର କର୍ମକର୍ତ୍ତା ତଥା କର୍ମି ମାନେ ବେଶ ଖୁସି ଅନୁଭବ କରିଥିଲେ ।ଦିର୍ଘ ୨ ବର୍ଷ ଧରି ମହାମାରି କରୋନା ସକାଶେ ଦେବାଦେବୀ ଙ୍କ ମହୋତ୍ସବ ବନ୍ଦ ଥିଲା ।ଚଳିତ ବର୍ଷ ଅନୁଷ୍ଠିତ ମାଁ ଙ୍କ ନବଦିନାତ୍ମକ ପୂଜା ମହୋତ୍ସବରେ ସାମିଲ ହୋଇ ମାଁ ଙ୍କ ଆଶୀର୍ବାଦ ଭିକ୍ଷା ଆଶାରେ ଗ୍ରାମାଞ୍ଚଳ ରୁ ଅନେକ ଭକ୍ତ ତଥା ଦର୍ଶକ ଙ୍କ ସମାଗମ ପରିଲକ୍ଷିତ ହୋଇଛି ।