-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
30-Nov-2020
.(ପ୍ରେରଣା ଖବର) - ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଇଦ୍ରାବାଦ ମ୍ୟୁନିସିପାଲଟି କର୍ପୋରେସନ ନିର୍ବାଚନ ପ୍ରଚାର ପାଇଁ ଆସି କୁକଟପଲ୍ଲୀ ନିର୍ବାଚନୀ ସଭାରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ସେଠାରେ ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ହିଁ ଏକମାତ୍ର ରାଜନୈତିକ ଦଳ ଯିଏ ହାଇଦ୍ରାବାଦକୁ ପୁଣି ଥରେ ଭାଗ୍ୟନଗରୀ କରିପାରିବ। ଯୋଗୀଙ୍କ ଏହି ମନ୍ତବ୍ୟ ପରେ ଅସଦୁଦ୍ଦିନ ଓଓ୍ଵେସି ନିଜର ପ୍ରତିକ୍ରିୟା ରଖିଛନ୍ତି। ଓଓ୍ଵେସି କହିଛନ୍ତି ଯେ, ତାଙ୍କ ନାମ ପରିବର୍ତ୍ତନ ହୋଇଯିବ। ତାଙ୍କ ପ୍ରଜାତି ନଷ୍ଟ ହୋଇଯିବ କିନ୍ତୁ ହାଇଦ୍ରବାଦର ନାମ ପରିବର୍ତ୍ତନ ହେବ ନାହିଁ!! ଓଓ୍ଵେସି ଆହୁରି କହିଛନ୍ତି ଯେ, ଯେଉଁ ବ୍ୟକ୍ତି ହାଇଦ୍ରାବାଦ ନାମ ପରିବର୍ତ୍ତନ କରିବାକୁ ଚାହୁଁଛି ତାଙ୍କ ପ୍ରଜାତି ନଷ୍ଟ ହୋଇଯିବ ହେଲେ ହାଇଦ୍ରବାଦ ନାମ ପରିବର୍ତ୍ତନ ହେବ ନାହିଁ। ମୁଁ ଅଲ୍ଲୀଙ୍କ ନାମ ନେଉଛି ତୁମ ନା ବଦଳେଇ ଦେବୁ। ଏଥିସହିତ ଭୋଟର ମାନଙ୍କୁ ଓଓ୍ଵେସି କହିଛନ୍ତି ଯେ, ମୁଁ ଆପଣ ମାନଙ୍କୁ କହି ରଖୁଛି ଯେ, ଆପଣ ଆଗାମୀ ନିର୍ବାଚନରେ ଯେଉଁ ଲୋକ ସହରର ନାମ ବଦଳେଇବାକୁ କହୁଛି ତାଙ୍କୁ ଉଚିତ୍ ଜବାବ ଦେବେ। ବିଜେପି ସବୁକିଛି ବଦଳେଇବାକୁ ଚାହୁଁଛି। ୟୁପି ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ସହର ନାମ ବଦଳେଇବାକୁ ଠିକା ନେଇଛନ୍ତି ବୋଲି ଓଓ୍ଵେସି କହିଛନ୍ତି!! ଆହୁରି ସେ କହିଛନ୍ତି ଯେ, ହାଇଦ୍ରାବାଦ ମୁନିସିପାଲଟି ନିର୍ବାଚନ ପ୍ରଚାର ପାଇଁ ବିଜେପି ଏତେ ନେତାଙ୍କ ଦ୍ବାରା ପ୍ରଚାର କରୁଛି ଯେ, କେବଳ ଟ୍ରମ୍ପ ଆସିବା ବାକି ରହିଲା ଭଳି ମନେହୁଏ ବୋଲି ଓଓ୍ଵେସି କହିଛନ୍ତି। ଟ୍ରମ୍ପ ଆସିଲେ ବି କିଛି ଫରକ ପଡ଼ିବନି। ପିଏମ୍ ମୋଦୀ ଟ୍ରମ୍ପଙ୍କ ହାତରେ ହାତ ମିଶାଇ ଅବକି ବାର ଟ୍ରମ୍ପ ସରକାର କହିଥିଲେ ହେଲେ ଟ୍ରମ୍ପ ନିର୍ବାଚନ ହାରିଗଲେ ବୋଲି ଓଓ୍ଵେସିହା କହିଛନ୍ତି!!