-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
29-Nov-2020
(ପ୍ରେରଣା ଖବର) - ଆଗାମୀ ଦିନରେ ଦେଶର ସମସ୍ତ ରେଳ ଷ୍ଟେଶନରେ ପ୍ଲାଷ୍ଟିକ କପ ବଦଳରେ ମାଟି କପରେ ଚା’ ବିକ୍ରି କରାଯିବ। ରାଜସ୍ଥାନର ଅଲୱାର ଜିଲାର ଦିଗୱାରା ରେଳ ଷ୍ଟେସନରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଯୋଗଦେଇ ଏହା କହିଛନ୍ତି। ପୂର୍ବରୁ ରେଳ ଷ୍ଟେସନରେ ମଟକାରେ ଚା’ ମିଳୁଥିଲା। ଏହାପରେ ପ୍ଲାଷ୍ଟିକ କପରେ ଚା’ ମିଳିଥିଲା। ବର୍ତ୍ତମାନ ଦେଶର ପ୍ରାୟ ୪୦୦ ରେଳ ଷ୍ଟେସନରେ ମାଟି କପରେ ଚା’ ଦିଆଯାଉଛି। ପ୍ଲାଷ୍ଟିକ ମୁକ୍ତ ଭାରତ ହେବା ଦିଗରେ ଏହା ଏକ ଅଭିଯାନ ବୋଲି ସେ କହିଛନ୍ତି।*