-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
30-Sep-2022
ବଲାଙ୍ଗୀର :- ବଲାଙ୍ଗୀର ସହରରେ ଚୋରି ବୃଦ୍ଧି ପାଇଛି ।ପୋଲିସ ପେଟ୍ରୋଲିଂ ଅଭାବ ର ସୁଯୋଗ ନେଇ ଚୋର ଛକି ବସି ଝାଂପି ନେଉଛି ଲୋକଙ୍କ ସମ୍ପତ୍ତି । ଆଜି ବଲାଙ୍ଗୀର ମୁଖ୍ୟ ରାସ୍ତାରେ ଥିବା ଅଙ୍ଗଶ୍ରୀ ସୁନା ଦୋକାନରେ ଲାଗିଥିବା ତାଲା କୁ ଚୋର କାଟି ଦେଇଥିବା ବେଳେ ଦୋକାନର ଉପରେ ଲାଗିଥିବା ଆଜବେଷ୍ଟସ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି ।ସୁନଦୋକନ ମାଲିକ ପୋଲିସ କୁ ଜଣାଇଥିବା ବେଳେ ସମ୍ବାଦ
ଲେଖିଲା ପର୍ଯ୍ୟନ୍ତ ପୋଲିସ ପହଞ୍ଚି ନ ଥିଲେ ।ପୋଲିସ ପହଞ୍ଚି ତଦନ୍ତ କଲାପରେ ଦୋକାନରୁ କଣ କଣ ଚୋରି ହୋଇଛି ଜଣାପଡ଼ିବ ।ସହରର ବିଭିନ୍ନ ସ୍ଥାନରେ ଚୋର ଭୟ ଲାଗି ରହିଛି । ଚୋର ପାଇଁ ଲୋକେ ଆତଙ୍କିତ ଥିବା ଅନୁମାନ କରାଯାଏ । ସହରରେ ଅପରାଧ ଲାଗି ରହିଛି । ଅରାଜକତା ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ପୋଲିସ ସକ୍ରିୟ ରହିଲେ ଘଟଣା ଦୁର୍ଘଟଣା କୁ ଏଡାଇ ଦିଆଯାଇପାରିବ ।