-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
29-Sep-2022
ବଲାଙ୍ଗିର, ଜିଲ୍ଲା ବିଶ୍ୱାବସୁ ଶବର ସମାଜ କଳାହାଣ୍ଡି ଦ୍ୱାରା ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଜୟପାଟଣା ବ୍ଲକ ବାଣ୍ଡିଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଭେଟଘାଟ ଉତ୍ସବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଆଦିବାସୀ ଶବର ସମାଜର ଆଦିମ ସଂସ୍କୃତି,ଜାରା ଶବର,ଶବର ରାଜା ବିଶ୍ୱାବସୁ ଶବର,ଶବରୀ ନାରାୟଣ,ଏକଲବ୍ୟ ଶବର ର ଐତିହ୍ୟ,ଆଧୁନିକ ଯୁଗରେ ପ୍ରଗତିଶୀଳ ଓଡିଶାର ମୁଖ୍ୟ ତ୍ସୋତରେ ଆଦିବାସୀ ମାନେ
ସାମିଲ ହେବା ପାଇଁ ସରକାରଙ୍କ ବିକାଶ ମୂଳକ ଯୋଜନାରେ ସାମିଲ ହେବା ପାଇଁ ମୁଖ୍ୟଅତିଥି ସାଂସଦ ଶ୍ରୀ ବିଶି ସମସ୍ତଙ୍କୁ ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ଜିଲ୍ଲା ଶବର ସମାଜ
ସଭାପତି ଚନ୍ଦ୍ର ଶେଖର ଶବର ,ମୁଖ୍ୟ ବକ୍ତା ଭାବେ ବାଳକୃଷ୍ଣ ଶବର ଯୋଗ ଦେଇ ଥିବା ବେଳେ ଭାନୁପ୍ରତାପ ସିଂ ମାଝୀ, ଜୟରାମ ଶବର ଓ ସମାଜ ର ବରେଣ୍ୟ ବରିଷ୍ଠ ବିଶିଷ୍ଟ ବ୍ୟକ୍ତି ଗଣ , ହଜାର ହଜାର ସଂଖ୍ୟାରେ ଶବର ସମାଜର ଭାଇ ଭଉଣୀ ତଥା ଅନ୍ୟ ବର୍ଗର ଜନସାଧାରଣ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।