-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ରାଜ୍ୟ

‘ଆମ ଘର ଆମ ହାଣ୍ଡିଶାଳ’ର ଗ୍ରାଣ୍ଡ ଫିନାଲେ// କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କଲେ ଓଟିଡିସି ଅଧ୍ୟକ୍ଷl

29-Nov-2020



ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଓ ପର୍ଯ୍ୟଟନ ବିଭାଗର ମିଳିତ ପ୍ରୟାସରେ ଗତ ଅଗଷ୍ଟ ୧୫ତାରିଖରୁ ଚାଲିଥିବା ‘ଆମ ଘର ଆମ ହାଣ୍ଡିଶାଳ’ ରୋଷେଇ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଚାରକମଣ୍ଡଳୀର ନିଷ୍ପତ୍ତି ଆଧାରରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ପୁରସ୍କୃତ କରାଯିବା ସହ ଏହି କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।

କରୋନା ମହାମାରୀଜନିତ ଲକଡାଉନ୍ ଓ ସଟଡାଉନର କଠିନ ପରିସ୍ଥିତିରେ ଗୃହିଣୀମାନଙ୍କ ମନୋବଳକୁ ବୃଦ୍ଧି କରି ସେମାନଙ୍କର ରୋଷେଇ କଳାର ନୈପୁଣ୍ୟତାକୁ ଚିହ୍ନଟ କରିବା ଓ ସୁସ୍ୱାଦୁ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଓଡିଟିସି ପକ୍ଷରୁ ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରାୟ ଏକ ହଜାରରୁ ଅଧିକ ପ୍ରତିଯୋଗୀଙ୍କ ଆବେଦନପତ୍ର ଓଟିଡିସିକୁ ମିଳିଥିଲା। ତେବେ ସେମାନଙ୍କ ମଧ୍ୟରୁ ବିଚାରକମଣ୍ଡଳୀ ଦ୍ୱାରା ଚୟନିତ ଶ୍ରେଷ୍ଠ ୪୦ଜଣ ପ୍ରତିଯୋଗୀଙ୍କୁ ଦୂରଦର୍ଶନ ଚ୍ୟାନେଲରେ ପ୍ରତି ଶନିବାର ଓ ରବିବାର ଅପରାହ୍ନ ୧.୩୦ରୁ ୨.୩୦ ମିନିଟ୍ ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ନିଜର ରୋଷେଇ କଳାର ନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା। 

ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ତାଙ୍କ ପରିବାରବର୍ଗଙ୍କ ଉପସ୍ଥିତିରେ ତାଙ୍କ ବୋହୂ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୃତୀ ଫାଇନାଲିଷ୍ଟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଖାଦ୍ୟ ବିଶେଷକରି ‘ପଖାଳ’ ତାଙ୍କର ଅଧିକ ପସନ୍ଦ ଓ ପ୍ରିୟ ଖାଦ୍ୟ ବୋଲି କହିଛନ୍ତି। ଏଭଳି ପ୍ରତିଯୋଗିତା ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ବିଶ୍ୱଦରବାରରେ ପରିଚିତ କରାଇବାରେ ସହାୟକ ହେବ ବୋଲି ମତବ୍ୟକ୍ତି କରିଛନ୍ତି। 

ପ୍ରାୟ ୪ମାସ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଆଜି ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା। ଆଜି ଫାଇନାଲ ରାଉଣ୍ଡକୁ ମୋଟ ୬ଜଣ ପ୍ରତିଯୋଗୀ ମମତା ମହାପାତ୍ର, ପ୍ରତିଭାପ୍ରିତୀ ପଣ୍ଡା, ଦେବଯାନୀ ଦାସ, ମିନାକ୍ଷୀ ମିଶ୍ର, ଶୀତଳସିଗ୍ଧା ମହାରଣା ଓ ସାଗରିକା ରାୟଙ୍କୁ ଚୟନ କରାଯାଇଥିଲା। ୬ଜଣ ଯାକ ପ୍ରତିଯୋଗୀ ନିଜର ଶ୍ରେଷ୍ଠ ରୋଷେଇ ଦକ୍ଷତା ପ୍ରତିପାଦନ କରିଥିଲେ ମଧ୍ୟ ବିଚାରକମଣ୍ଡଳୀର ନିଷ୍ପତ୍ତିକୁ ଆଧାର କରି ୩ଜଣ ପ୍ରତିଯୋଗୀଙ୍କୁ ବିଜୟୀ ଘୋଷଣା କରାଯାଇଛି। 

ଭୁବନେଶ୍ୱରସ୍ଥିତ ବରମୁଣ୍ଡାର ତ୍ରିଶକ୍ତି ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଦେବଯାନୀ ଦାସ ମାଣ୍ଡିଆରେ ସୁସ୍ୱାଦୁ ପିଠା ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମାଣ୍ଡିଆ ତମ୍ପା ପିଠା କରି ପ୍ରତିଭାପ୍ରିତୀ ପଣ୍ଡା ପ୍ରଥମ ରନର୍ସଅପ୍ ଓ ମାଛ ଆମ୍ବିଳ ପାଇଁ ସାଗରିକା ରାୟ ଦ୍ୱିତୀୟ ରନର୍ସଅପ୍ ଭାବେ ଯୋଗ୍ୟ ବିବେଚିତ ହୋଇଥିଲେ। ବିଜୟୀ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୨୫ହଜାର ଟଙ୍କାର ପୁରସ୍କାର ରାଶି ସହ ରୁଚି କମ୍ପାନୀ ପକ୍ଷରୁ ଗିଫ୍ଟ ହାମ୍ପର ଓ ଓଟିଡିସି ପକ୍ଷରୁ ହଲିଡେ୍ ଟୁର ପ୍ୟାକେଜ୍ ମଧ୍ୟ ପ୍ରଦାନ କରାଯାଇଛି। ସେହିପରି ପ୍ରଥମ ଓ ଦ୍ୱିତୀୟ ରନର୍ସଅପଙ୍କୁ ଯଥାକ୍ରମେ ୧୫ହଜାର ଓ ୧୦ହଜାର ଟଙ୍କା ପୁରସ୍କାର ରାଶି ସହ ରୁଚି କମ୍ପାନୀର ଗିଫ୍ଟ ହାମ୍ପର ଏବଂ ଓଟିଡିସି ପକ୍ଷରୁ ହଲିଡେ୍ ଟୁର ପ୍ୟାକେଜ୍ ପ୍ରଦାନ କରାଯାଇଛି।

ଗ୍ରାଣ୍ଡ ଫିନାଲେ ଉତ୍ସବରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ବିଜୟୀ ପ୍ରତିଯୋଗୀମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ପୁରସ୍କାର ପ୍ରଦାନ କରିଥିଲେ।

ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା  ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମର ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରାଇବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଆଗେଇ ଆସିଥିଲେ। ସେମାନଙ୍କ ମଧ୍ୟରେ ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ବିଧାୟିକା ଲତିକା ପ୍ରଧାନ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ବିଜେଡି ନେତ୍ରୀ ସୁଲତା ଦେଓ, ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଓଟିଡିସି ପରିଚାଳନା ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ବିଶିଷ୍ଟ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି, ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଗାୟିକା ସସ୍ମିତା ଦାଶ, ଅଭିନେତା ମଣ୍ଟୁ, ଅଭିନେତ୍ରୀ ଅନିଷା, ମଧୁମିତା ମହାନ୍ତି,ଗୁନଗୁନ୍ , ସଙ୍ଗୀତା ମିଶ୍ର, ନୃତ୍ୟଶିଳ୍ପୀ ଏଲିଆନା ସିତାରିଷ୍ଟ ପ୍ରମୁଖ ରୋଷେଇ ପ୍ରତିଯୋଗିତାରେ ସାମିଲ ହୋଇ ପ୍ରତିଯୋଗୀମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ।

ଓଡ଼ିଶାର ଖାଦ୍ୟକୁ ବିଶ୍ୱଦରବାରରେ ପ୍ରଚାରପ୍ରସାର ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଥିବାରୁ ରାଜ୍ୟ ପର୍ଯ୍ୟଟନ ବିଭାଗ, ସମସ୍ତ ପ୍ରତିଯୋଗୀ ଓ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତି,ପ୍ରାୟୋଜକ କମ୍ପାନୀ ‘ରୁଚି’ ଓ ଫ୍ରିଡମ୍‌ର କର୍ମକର୍ତ୍ତାମାନଙ୍କୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କୃତଜ୍ଞତା ଜଣାଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like