-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
23-Sep-2022
ପୁଇଁନ୍ତଲା, ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ ପୁଇଁନ୍ତଲା ଠାରେ ବ୍ଲକ ସ୍ତରୀୟ ଚକ୍ଷୁ (ସୁନେତ୍ର) ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ପୁଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଯୋଗ ଦେଇ ଉଦ୍ଘାଟନ କରିଥିଲେ । ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ୬ ଗୋଟି କ୍ଲଷ୍ଟର ପୁଇଁନ୍ତଲା, ମଳମୁଣ୍ଡା, ବୁବେଲ, ବଇରାସର, କୁରେଭନା ଓ ଛତାମଖନା ରୁ ୧୫୧ ଜଣ ଛାତ୍ର ଛାତ୍ରୀ ଏହି ଶିବିରରେ ଯୋଗଦେଇ ଚକ୍ଷୁ ପରୀକ୍ଷଣ କରିଥିଲେ ଓ ତନ୍ ମଧ୍ୟରୁ ୪୨ ଜଣ ଛାତ୍ର ଛାତ୍ରୀ ଚଷମା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଡା. କୈଳାସ ସାମଲ ଓ ଡା. ଉଷା ଦାଶ ଯୋଗଦେଇ ଚକ୍ଷୁ ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମରେ ପ୍ରଶାନ୍ତ ସରାଫ ଅର୍ନ୍ତନିବେଶୀ ଶିକ୍ଷା ସଂଯୋଜକ, ଅଳକା ଦାଶ, ସଂଯୁକ୍ତା ସାମଲ, ସିଆରସିସି, ଏବିଇଓ, ପଂଚାୟତ ହାଇସ୍କୁଲ ପୁଇଁନ୍ତଲା ର ଶିକ୍ଷକ ଶିକ୍ଷୟତ୍ରୀ, ହିସାବ ରକ୍ଷକ ସୁଧାଂଶୁ ଶେଖର ପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।