-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2022
ସୁବର୍ଣ୍ଣପୁର(ମନୋରଂଜନ ତ୍ରିପାଠୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ ଓଡିଶା ବାଉଁଶ ଉନ୍ନୟନ ସଂସ୍ଥା ର ଆର୍ଥିକ ସହଯୋଗରେ ଆଜି ଏକ ବାଉଁଶ ହସ୍ତଶିଳ୍ପ ପୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସହକାରୀ ନିର୍ଦ୍ଦେଶକ ( ହସ୍ତଶିଳ୍ପ ) ଶ୍ରୀ ବିଷ୍ଣୁପଦ ମାରାଣ୍ଡି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପାଧ୍ୟକ୍ଷା ଶ୍ରୀମତୀ ତପସ୍ୱିନୀ ମେହେର ଯୋଗଦେଇ ସୁବର୍ଣ୍ଣପୁର ଜିଲ୍ଲାରେ ବାଉଁଶ ହସ୍ତଶିଳ୍ପ ର ବିକାଶ ପାଇଁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ସହିତ ଉନ୍ନତ ମାନର ସାମଗ୍ରୀ ତିଆରି କଲେ ତାହାର ବଜାର ମୂଲ୍ୟ ବଢିବା ସହିତ କାରିଗର ମାନେ ଆର୍ଥିକ ସ୍ତରରେ ଲାଭ ପାଇପାରିବେ ମାତ୍ର ଏଥି ନିମନ୍ତେ କାରିଗର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ର ଆବଶ୍ୟକତା ରହିଥିବା ଉଲ୍ଲେଖ କରିଥିଲେ l ସମ୍ମାନୀତ ଅତିଥି ଭାବରେ ବିନିକା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପୂଜାରୀ ଯୋଗଦେଇ ମହିଳା ମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେ ଉପରେ ଆଲୋକପାତ କରିଥିଲେ l ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ବିନିକା ବନପାଳ ଶ୍ରୀ ଡମ୍ବରୁଧର ପ୍ରଧାନ ଯୋଗଦେଇ କାରିଗର ମାନଙ୍କ ପାଇଁ ବନ ବିଭାଗ ତରଫରୁ ମିଳୁଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ଶ୍ରୀ କାର୍ତ୍ତିକ ଚନ୍ଦ୍ର ନାୟକ ଯୋଗ ଦେଇ ସ୍ଵଂୟ ସହାୟକ ଗୋଷ୍ଟୀ ମାନେ କିଭଳି ହସ୍ତ ଶିଳ୍ପ କାମରେ ରୋଜଗାର ର ମାଧ୍ୟମ ତଥା ବଜାର ର ଉପଲବ୍ଧ ପାଇବେ ସେ ଉପରେ କହିଥିଲେ l ଏହି କାର୍ଯ୍ୟକ୍ରମ କୁ ହସ୍ତଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଦେବାଶିଷ ମିଶ୍ର ପରିଚାଳନା କରିଥିଲେ l ଏହି ଉପଲକ୍ଷେ ଏକ ବାଉଁଶ ସାମଗ୍ରୀ ର ପ୍ରଦର୍ଶନୀ କରାଯାଇଥିଲା l ଏଥିରେ ଜିଲ୍ଲାରୁ 140 ରୁ ଉର୍ଦ୍ଧ୍ୱ ବାଉଁଶ କାରିଗର ଯୋଗ ଦେଇଥିଲେ l ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ସମୀର ମୁଦୁଲି ସରକାରୀ ସୁବିଧା ସୁଯୋଗ ତଥା କାରିଗରଙ୍କ ପାଇଁ ଉପଲବ୍ଧ ସରକାରୀ ଯୋଜନା ଉପରେ କାରିଗରମାନଙ୍କୁ ବୁଝାଇଥିଲେ l ଶେଷରେ ବିନିକା ଶିଳ୍ପ ବିକାଶ ଅଧିକାରୀ ଅଭିଜିତ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ l