-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
22-Sep-2022
ସୁବର୍ଣ୍ଣପୁର : ଗତକାଲି ସୁବର୍ଣ୍ଣପୁର ଜ଼ିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ, ମେଡିକାଲ ଟିମ ଓ ପୋଲିସ ଟିମ ର ମିଳିତ ଚଢ଼ାଉ ପରେ ସହରର ୨୫ ଗୋଟି ଦୋକାନରୁ ୩୫ କେଜି ବlସି ଖାଦ୍ୟକୁ
ଫିଙ୍ଗା ଯାଇ ସମୁଦାୟ ୨୯୦୦ ଟଙ୍କା ଫାଇନ କରା ଯାଇଥିଲା l ଆଗାମୀ ଦିନରେ ହୋଟେଲ ରେସ୍ଟୁରାଣ୍ଟ ର ପରିଚାଳନା ରେ ସୁଧାର ନ ଆସିଲେ ଏଇ ଟିମ ଦ୍ୱାରା ଅଚାନକ ଯାଞ୍ଚ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ କହିଛନ୍ତି l ଏହି ଟିମ ରେ ଏଡିପି ଏଚ ଓ (ଡ଼ି. ସି )ଡା, ରାମେଶ ଚନ୍ଦ୍ର ସ୍ୱାଇଁ, ଜ଼ିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଡି ଇ ଓ ଶ୍ରୀମନ୍ତ ଖଣ୍ଡଗିରି, ଙ୍କ ସମେତ ଜିଲ୍ଲା ସଂଯୋଜକ ଜନ୍ମମୃତ୍ୟୁ ରୁଚିକାନ୍ତ ଭୋଇ, ରାଜୀବ ପଧାନ, ପୋଲିସ ଏ ଏସ ଆଇ ବୀଣା ନାଗ, ଓ ଏ ପି ଏଫ -୦୬ ରୋନାଲଡ ପ୍ରଧାନ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲା !