-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
21-Sep-2022
ବଲାଙ୍ଗୀର(ପ୍ରେରଣା ଖବର) -- ନଭେମ୍ବର ୧ କୁ ବଲାଙ୍ଗୀର ଦିନ୍ ଭାବେ ସରକାରୀ ମାନ୍ୟତା ଦେବା ପାଇଁ କ ।ବାଞି ବିଧାୟକ ସନ୍ତୋଷ ସିଂ ସାଲୁଜା ସରକାରଙ୍କୁ ସୁପାରିଶ କରିଥିବା ଜଣାଯାଇଛି । ବଲାଙ୍ଗୀର ଜିଲ୍ଲାର ଇତିହାସ, କଳା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ବଲାଙ୍ଗୀର
ଦିନ ପାଳନକୁ ସରକାରୀ ସାହାଯ୍ୟ ଏବଂ ସହଯୋଗ ଯୋଗାଇ ଦେବାକୁ ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟୀତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀଙ୍କୁ ସୁପାରିଶ ପତ୍ର ପ୍ରଦାନ କରିଛନ୍ତି । ଡିସେମ୍ବର ୧ ତାରିଖ ୧୯୪୮ ମସିହାରେ କଳାହାଣ୍ଡି, ପାଟଣା ଓ ସୋନପୁର ଗଡଜାତ ରଜ୍ୟ ଓଡିଶାରେ ମିଶ୍ରଣ ହୋଇଥିଲେ ମଧ୍ୟ ୧୯୪୯ ମସିହା ନଭେମ୍ବର ୧ ତାରିଖ ଦିନ ୭ଟି ଅଧିକ
ରାଜସ୍ୱ ଜିଲ୍ଲା ଗଠନ କରାଯାଇ ଓଡିଶାରେ ଆନୁଷ୍ଠାନିକ ଭାବେ ମିଶ୍ରଣ କରାଯାଇଥିଲା ଏବଂ ଓଡିଶାର ଜିଲ୍ଲା ସଂଖ୍ୟା ୬ ରୁ ୧୩ କୁ ବୃଦ୍ଧି କରାଯାଇଥିଲା । ତେଣୁ ନଭେମ୍ବର ୧ ବଲାଙ୍ଗିର ଦିନକୁ ସରକାରୀ ସ୍ତରରେ ସାହାର୍ଯ୍ୟ ସମର୍ଥନ ଯୋଗାଇ ଦେବାକୁ ସାଲୁଜା ଦାବୀ କରିଛନ୍ତି । ସାଲୁଜାଙ୍କ ଏଭଳି ସୁପାରିଶକୁ ବଲାଙ୍ଗୀର ଦିନ ଆୟୋଜନ କମିଟୀ ପକ୍ଷରୁ ସ୍ୱାଗତ କରାଯାଇଛି ।