-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
21-Sep-2022
ବଲାଙ୍ଗିର (ପ୍ରେରଣା ଖବର) ବୁଲା ଗାଇ ଗୋରୁ ମାନଙ୍କୁ କାବୁ କରି କୋଶଳ କଳାମଣ୍ଡଳ ପଡିଆକୁ ଅଣାଯାଉଛି । ତାପରେ ଗାଁ ମାନଙ୍କର ଚାଷୀ ମାନଙ୍କୁ ଡାକି ମାଗଣାରେ ଗାଇ ବଣ୍ଟନ କରାଯାଉଛି । ଗାଇ ମାନଙ୍କୁ କାବୁ କରିବା ସମୟରେ
ମାଡପିଟକୁ ବନ୍ଦ କରିବା ତଥା ଯେଉଁ ମାନଙ୍କୁ ଗାଇ ଦିଆଯାଉଛି ସେମାନଙ୍କର ସବିଶେଷ ତଥ୍ୟ ପ୍ରଦାନ କରିବା ଦାବୀରେ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁବା ପ୍ରତାପୀ ସେନା । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ ଓ ପୌର କର୍ମଚାରୀ । ପୋଲିସ ଉପସ୍ଥିତିରେ ତହସିଲଦାର ପୁଷ୍ପାଜଂଳୀ ପଣ୍ଡା ଘଟଣାସ୍ଥଳରେ ପହଚିଂ ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଜା କରିଥିଲେ । ତାପରେ ପୁଣିଥରେ ସ୍ୱାଭାବିକ ଭାବରେ ଚାଷୀଙ୍କୁ ଗାଇ ପ୍ରଦାନ କରାଯାଇଥିଲା ।