-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
21-Sep-2022
ବୌଦ୍ଧ (ହୃଦାନନ୍ଦ ମେହେର) ଆଜାଦୀ କି ଅମୃତ ମହୋତ୍ସବର ୭୫ବର୍ଷ ପୁର୍ତ୍ତି ଉପଲକ୍ଷେ ଜାଗା ମିଶନ ଯୋଜନାରେ ଇରିଗେସନ କଲୋନି ସ୍ଥିତ ବିଜୁ ଆଦର୍ଶ କଲୋନୀ ( ସ୍ଲମ ଅଞ୍ଚଳ)ର ସମସ୍ତଙ୍କୁ ନେଇ ଗାନ୍ଧୀ ଓ ଓଙ୍ଗ଼ିଶାର ବିଷୟବସ୍ତୁ ଉପରେ ଝୋଟି,ସଙ୍ଗୀତ,ବକ୍ତୃତା,
ଚିତ୍ରାଙ୍କନ,ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜୁ ଆଦର୍ଶ କଲୋନୀର ମିନାକ୍ଷୀ ବିଶ୍ୱାଳ ଓ ପୁଷ୍ପାଂଜଳୀ ଦରୁଆ.ବାବୁସାହିର ଦେବକୀ କ୍ଷେତୀ,ଯଶୋବନ୍ତୀ ଖମାରୀ ଓ କଲୋନୀର ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ଉପାଧ୍ୟକ୍ଷା ସୁଭାଷିନୀ ସେଠୀ,ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିୀଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ସଂଗଠିକା ସୁପର୍ଣ୍ଣା ମହାନ୍ତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।