-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
20-Sep-2022
କୋରାପୁଟ, : ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟ ଜିଲ୍ଲା ବିଚାରଧାର ଶାଖା ଦ୍ୱାରା ଏକବିଂଶତମ ଇ-ପାଠଚକ୍ର ଅନୁଷ୍ଠିତ ହେଇଯାଇଅଛି। ମଙ୍ଗଳବାର ସଂଧ୍ୟା ୭.୦୦-୮.୦୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଏହି ସଭାଟି ଅନୁଷ୍ଠିତ ହେଇଥିଲା । ଏଥିରେ ଆଲୋଚକ ଭାବେ ଯୋଗଦେଇଥିଲେ ପଠାଣି ସାମନ୍ତ ପ୍ଲାନିଟୋରିଅମ୍ ର ଉପନିର୍ଦ୍ଦେଶକ ଡ଼. ଶୁଭେନ୍ଦୁ କୁମାର ପଟ୍ଟନାୟକ ।
। ସେ ନିଜ ଅଭିଭାଷଣରେ ବିଭିନ୍ନ ସମୟରେ ଘଟଣାବଳୀ କିଭଳି ଭାବେ ବିଶ୍ୱାସରେ ପରିଣତ ହେଇ ଲୋକ ଜୀବନରେ ସଂଶ୍ଳିଷ୍ଟ ହେଇ ପ୍ରଭାବିତ କରୁଅଛି ତଥା ବିଭିନ୍ନ ମହାଜାଗତିକ ପ୍ରକ୍ରିୟା ମାନଙ୍କ ର ପ୍ରକୃତ ତଥ୍ୟ ମାନ ବିଷ୍ଳେଷଣ କରିଥିଲେ । ସଭାଧ୍ୟକ୍ଷ ଋପେ ଯୋଗଦେଇଥିଲେ ନାଲ୍ କୋର ସହ ମହାପ୍ରବନ୍ଧକ ତଥା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ କୋରାପୁଟ ଜିଲ୍ଲା ଶାଖା ଉପ ସଭାପତି ଡ଼. ପ୍ରଦୀପ କୁମାର ପାଟଯୋଶୀ ।ଓଡିଶା ତଥା ରାଜ୍ୟବାହାରୁ ଜ୍ଞାନପିପାସୁ ଗଣ ଏହି ଅନ୍ ଲାଇନ୍ ପାଠଚକ୍ରରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ସୁଶ୍ରୀ ସ୍ୱାଗତିକା ଖୋସ୍ଲା ଏବଂ ବିବେକବାଣୀ ପାଠ କରିଥିଲେ ସୁଶ୍ରୀ ରୋଜାଲିନ୍ ମହାପାତ୍ର ।ସଭାରେ ଜିଲ୍ଲା ବିଚାରଧାରା ଅଧ୍ୟକ୍ଷା ତଥା ଅଧ୍ୟାପିକା ମାନସୀ ଆଚାର୍ଯ୍ୟ ସଂଯୋଜନା କରିଥିବା ସ୍ଥଳେ ଧନ୍ୟବାଦ ଅର୍ପଣ କରିଥିଲେ ରାୟଗଡ଼ାରୁ ଅଧ୍ୟାପକ ଡ଼. ଅଶ୍ୱିନୀ କୁମାର ପଣ୍ତା ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।