-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ମହଲେଇ ୟୁଜିବି ବ୍ୟାଙ୍କମ୍ୟାନେଜରଙ୍କ ମନମାନୀ.. ଚାଷୀ ,ଶ୍ରମିକଙ୍କ ମନରେଗା ଓ କାଳିଆ ଟଙ୍କା ଦେଉନାହାଁନ୍ତି,ଗ୍ରାହକ ଅସନ୍ତୁଷ୍ଟ

20-Sep-2022



ବଲାଙ୍ଗୀର,(ପ୍ରେରଣା ଖବର)-କେନ୍ଦ୍ର ଓ ରାଜ୍ୟସରକାର ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସହାୟତାରାଶି ଦେଉଛନ୍ତି । କିନ୍ତୁ ବିଭିନ୍ନ ସମୟରେ ବ୍ୟାଙ୍କ କର୍ମଚାରୀମାନେ ହିତାଧିକାରୀଙ୍କୁ ସେହି ସହାୟତାରାଶିି ଦେବାରେ ହଇରାଣ କରୁଛନ୍ତି । ଫଳରେ ହିତାଧିକାରୀ ଲାଭାନ୍ୱିତ ହେଉନାହାଁନ୍ତି ଓ ସରକାର ଉଦ୍ଦେଶ୍ୟ ସାଧିତ ହେଉନାହାଁନ୍ତି । ଏଭଳି ଏକ ଘଟଣା ନଜରକୁ ଆସିଛି ଦେଓଗାଁ ବ୍ଲକର ମହଲେି ଉତ୍କଳଗ୍ରାମୀଣ ବ୍ୟାଙ୍କରେ । ଏଠାରେ ଖାତା ଖୋଲିଥିବା ହିତାଧିକାରୀମାନେ ବ୍ୟାଙ୍କ ମ୍ୟାନେଜରଙ୍କ ମନମାନୀ କାରଣରୁ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି । ଗ୍ରାହକମାନଙ୍କ ନାମରେ ଋଣଥିବା ଆଳ କରି ଚାଷସମୟରେ ରାଜ୍ୟସରକାର ଦେଇଥିବା କାଳିଆ ସହାୟତା ଟଙ୍କା ଓ ମନରେଗାରେ କାମକରି ପାଇଥିବା ମଜୁରୀ ଟଙ୍କା ମଧ୍ୟ ଶ୍ରମିକ ଓ ଚାଷୀଙ୍କୁ ଦେଉନାହାଁନ୍ତି । ଫଳରେ କାଳିଆ ସହାୟତା ପାଇଥିବା ଚାଷିମାନେ ଚାଷସମୟରେ ଅସୁବିଧା ଭୋଗ କରି ଠିକରେ ଚାଷକାର୍ଯ୍ୟ କରି ପାରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ଉପରଝର ପଞ୍ଚାୟତର କୁହିମୁଣ୍ଡା ଗ୍ରାମର ଚାଷି ଓ ଶ୍ରମିକମାନେ ଏଭଳି ଅଭିଯୋଗ କରିଛଁନ୍ତି । କୁହିମୁଣ୍ଡା ଗ୍ରାମର ଶମ୍ଭୁ ସାହୁ ନାମଜ ଜଣେ ଚାଷି ତଥା ଶ୍ରମିକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଆକାଉଣ୍ଟରେ ସରକାରଙ୍କ କାଳିଆ ସହାୟତା ଟଙ୍କା ଜମା ହୋଇଛି । କିନ୍ତୁ ମହଲେଇ ବ୍ୟାଙ୍କ ମ୍ୟାନେଜର ତାଙ୍କ ଆକାଉଣ୍ଟକୁ ହୋଲ୍ଡ କରିରଖି ଦେଇଛନ୍ତି । ଚାଷ ଚାଲିଥିବା ସମୟରେ ଧାନଫ୍ସଲରେ ସାର ଦେବାକୁ ଅର୍ଥର ଆବଶ୍ୟକ ରହୁଥିବା ବେଳେ ବ୍ୟାଙ୍କରେ ଥିବା ଜମାଟଙ୍କା ଉଠାଇ ହେଉନାହିଁ । ଯାହାକି ଚାଷ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି । ଏଭଳି କୁହିମୁଣ୍ଡାର ଆହୁରି ଅନେକ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବ୍ୟାଙ୍କମ୍ୟାନେଜର ହୋଲ୍ଡ କରିରଖିଥିବା ଅଭିଯୋଗ ହୋଇଛି । ଏହି କୁହିମୁଣ୍ଡା ଗ୍ରାମର ସମସ୍ତେ ଚାଷି ଓ ଶ୍ରମିକ ରହିଛନ୍ତି । ପୂର୍ବରୁ ସେମାନେ ବ୍ୟାଙ୍କରୁ କିଛକିଛି ଋଣ ନେଇଥିଲେ ଓ ମରୁଡି ଯୋଗୁଁ ତାହା ପରିଶୋଧ କରିପାରିନାହାଁନ୍ତି । ବ୍ୟାଙ୍କ ପକ୍ଷରୁ ଧାନ ଅମଳ ସମୟରେ ଋଣ ଅସୁଲି କରାନଯାଇ ଏବେ ଚାଷ ସମୟରେ ଚାଷିଙ୍କୁ ଦାଉ ସାଧୁଛନ୍ତି । ଫଳରେ ଚାଷିମାନେ ଓ ଶ୍ରମିକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଠକ ସେହିପରି ମନରେଗା କାମର ପାଉଣା ବ୍ୟାଙ୍କ ଆକାଉଣ୍ଟରେ ପଡୁଥିବା ବେଳେ ଗରୀବ ଲୋକଙ୍କ ନାମରେ ଋଣଥିବା ଆଳ କରି ସେହି ମଜୁରୀ ଟଙ୍କା ମଧ୍ୟ ଉଠାଇବାକୁ ଦିଆଯାଉନାହିଁ । ଶେଷରେ ଶ୍ରମିକମାନେ ପଞ୍ଚାୟତର ମନରେଗା କାମ ନକରି ବରଂ ଦାଦନ ଖଟିଯିବେ ବୋଲି ବାହାରୁଛନ୍ତି । ସରକାରମାନେ ଶ୍ରମିକଙ୍କୁ ନିଜ ଭିଟାମାଟିରେ କାମ କରି ବଞ୍ଚିବାକୁ ସୁଯୋଗ ଦେଉଥିବା ବେଳେ ଉତ୍କଳଗ୍ରାମୀଣ ବ୍ୟାଙ୍କ ଶ୍ରମିକଙ୍କ ଉପରେ ଜୁଲୁମ କରି ଏହି ସମୟରେ ମଜୁରୀ ଅର୍ଥରୁ ଋଣ ପରିଶୋଧ ପାଇଁ ଜବରଦସ୍ତ କରୁଥିବାରୁ ପ୍ରକାରାନ୍ତରେ ମନରେଗା ଯୋଜନାକୁ ହତୋତ୍ସାହିତ କରାଯାଉଥିବା ଅଭିଯୋଗ ହେଉଛି । ତେବେ ଏହି ଅଭିଯୋଗ ନେଇ ମହଲେଇ ଉତ୍କଳ ଗ୍ରାମୀଣବ୍ୟାଙ୍କର ମ୍ୟାନେଜର ସତ୍ୟଜିତ ଚୁଆଳସିଂଙ୍କୁ ପଚରାଯିବାରୁ ବ୍ୟାଙ୍କରେ ଋଣଥିବା ଗ୍ରାହକଙ୍କ ଆକାଉଣ୍ଟକୁ ଆମେ ହୋଲ୍ଡ କରିଛୁ । ଋଣ ଆଦାୟ ହେଉନଥିବାରୁ ଉପରୁ ଆମ ଉପରେ ଚାପ ପଡୁଛି । ତେଣୁ କୌଣସି ପ୍ରକାରେ ଆମେ ଋଣ ଅସୁଲି ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି । ମୋଟ ଉପରେ ଉତ୍କଳଗ୍ରାମୀଣ ବ୍ୟାଙ୍କ ଜବରଦସ୍ତ ଚାଷ ସମୟରେ ମଧ୍ୟ ଜୁଲୁମ କରି ଋଣ ଅସୁଲି କରୁଥିବା ସ୍ପଷ୍ଟ ହେଉଛି । ଜିଲ୍ଲାପାଳ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଜନସାଧାଣରେ ଦାବି ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like