-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
20-Sep-2022
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ଅଞ୍ଚଳରେ ୟୁରିଆ ସାର କଳାବଜାରକୁ ନେଇ ଚିନ୍ତାରେ ଚାଷୀ l ସରକାରଙ୍କ ନିର୍ଦ୍ଧାରିତ ଦର ଠାରୁ ଦୁଇଗୁଣା ଉଚ୍ଚା ଦରରେ ସାର ବିକ୍ରୀକୁ ନେଇ ଚାଷୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ l ଅନ୍ୟପଟେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ସାର ବିକ୍ରୟ କେନ୍ଦ୍ର ଝାଡ଼ବାଇ ସେବା ସମବାୟ ସମିତିରେ ୧୫ ଦିନ ହେବ ଝୁଲୁଛି ତାଲା l ସାର ପାଇବା ଆଶାରେ ଚାଷୀ ସମବାୟ ସମିତିକୁ ଆସି ନିରାଶ ହୋଇ ଫେରୁଥିବା ବେଳେ ଅଧିକାରୀଙ୍କ ମିଳୁନି ଦେଖା l ଚାଷୀଙ୍କ ଗୁହାରି ଶୁଣିବାକୁ କେହିନଥିବା ବେଳେ ଏହାକୁ ନେଇ ପ୍ରତିବାଦର ସ୍ୱର ଉଠାଇଛି ବିଜେପି କୃଷକ ମୋର୍ଚା l ଆଜି କୃଷକ ମୋର୍ଚା ରାଜ୍ୟ ସଂଯୋଜକ ପ୍ରତାପ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅଞ୍ଚଳର ଚାଷୀ ମାନେ ସେବା ସମବାୟ ସମିତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆଗାମ ୫ ଦିନ ମଧ୍ୟରେ ଚାଷୀଙ୍କୁ ସରକାର ଧାର୍ଯ୍ୟ ଦରରେ ସାର ଯୋଗାଇବାକୁ ଦାବି କରିଛନ୍ତି l ନଚେତ କୃଷକ ମୋର୍ଚା ପକ୍ଷରୁ ତୀବ୍ର ପ୍ରତିବାଦ କରାଯିବା ନେଇ କହିଛନ୍ତି ରାଜ୍ୟ ସଂଯୋଜକ ପ୍ରତାପ ଚନ୍ଦ୍ର ନାୟକ l
(ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ)