-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
20-Sep-2022
ବୌଦ୍ଧ(ହୃଦାନନ୍ଦ ମେହେର) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମାଟିଆ ଛକଠାରେ ଗତ ୧୪.୧୦.୨୧ ଦିବା ୧୨ ଘଣ୍ଟା ସମୟରେ ଅଜଣା ବାଇକ୍ ଧକ୍କାରେ ମୃତ ସଦାନନ୍ଦ ଭୋକ୍ତାଙ୍କ ସ୍ତ୍ରୀ ଲୋଭା ଭୋକ୍ତା ଓ ମୃତ ଝାଣ୍ଟୁ ବେହେରାଙ୍କ ସ୍ତ୍ରୀ ଝିଲି ବେହେରାଙ୍କୁ ଦୁଇଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିସହିତ ଗତ ୭.୧୧.୨୦୨୧ ଦିବା ୧୦.୩୦ ରେ ଶଶିମୁଣ୍ଡା ନିକଟସ୍ଥ ରୁଣ୍ଡିମହୁଲ ଛକଠାରେ ଅଜଣା ବାଇକ୍ ଧକ୍କାରେ ମୃତ ସତ୍ୟବାନ କହଁରଙ୍କ ପିତା ବିରଞ୍ଚି କହଁରଙ୍କୁ ୨ଲକ୍ଷ ଟଙ୍କାର ସହାୟତା ସୋଲାସିୟମ ପାଣ୍ଠିରୁ ରାଜ୍ୟ ସରକାର ମଂଜୁର କରିଛନ୍ତି । ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ରଙ୍କ ଉଦ୍ୟମରେ ଅଜଣା ଗାଡି ଧକ୍କାରେ ମୃତ ତିନୋଟି ପରିବାରକୁ ୨ ଲକ୍ଷ ଲେଖାଏଁ ସର୍ବମୋଟ ୬ ଲକ୍ଷ ଟଙ୍କା ମଂଜୁର କରାଯାଇଛି ।