-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
20-Sep-2022
ବଲାଙ୍ଗିର(ପ୍ରେରଣା ଖବର):/ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡ଼ା( ରାଜେନ୍ଦ୍ର ଯୁବକ ସଂଘ ଦ୍ଵାରା ପ୍ରଯୋଜିତ) ତରଫରୁ ବେହେରା ପାଲି କମୁନିଟୀ ହଲ ଠାରେ ଏକ ଅଣସଂକ୍ରମକ ରୋଗ ଚିହ୍ନଟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ସ୍ବାସ୍ଥ୍ୟ ଶିବିର ରେ ଡାକ୍ତର ନନ୍ଦ କିଶୋର ପାଢି ଏବଂ ଡାକ୍ତର ଶ୍ରେୟସ ପାଣିଗ୍ରାହୀ (ମୁଖ ଓ ଦାନ୍ତ ରୋଗ ବିଶେଷଜ୍ଞ) ସମେତ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ,ସ୍ଥାନୀୟ ଆଶା ଦିଦି,ମହିଳା ସ୍ବାସ୍ଥ୍ୟକର୍ମୀ ମାନେ ମଧ୍ୟ ଯୋଗଦାନ କରି ସହଯୋଗ କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିର ରେ ଜିଲ୍ଲା ସିଡ଼ି ଏମ୍ ଓ ଅଫିସ ତରଫରୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (DPHO) ଡାକ୍ତର ଦିବ୍ୟକିଶୋର୍ ପତି ଓ ଅତିରିକ୍ତ ପ୍ରୋଗ୍ରାମ ମ୍ୟାନେଜର ରାମାନୁଜ ପଣ୍ଡା ଯୋଗଦାନ କରି ଉକ୍ତ ଶିବିର କୁ ନିରୀକ୍ଷଣ ଓ ତଦାରଖ କରିଥିଲେ ।ଏହି ସ୍ବାସ୍ଥ୍ୟ ଶିବିର ରେ ୨୦୦ ରୁ ଉର୍ଦ୍ଧ ସ୍ଥାନୀୟ ଅଞ୍ଚଳ ର ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରକ୍ତ ପରୀକ୍ଷା,ଔଷଧ ଓ ଡାକ୍ତର ପରାମର୍ଶ ଉପଲବ୍ଧ କରାଯାଇଥିଲା।