-+91-9937148622 |

prerana_bgr@rediffmail.com |

  Wednesday 24th June 2026 |

| | | |

R.N.I. Regd No. ODIODI/2010/46693

Breaking News

୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି   (24-Jun-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   (24-Jun-2026)       ||      ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||      ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   (24-Jun-2026)       ||      ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ    (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (23-Jun-2026)       ||      ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   (23-Jun-2026)       ||      ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   (23-Jun-2026)       ||      ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   (23-Jun-2026)       ||      ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜି ଲଜ୍ ରୁ ଟଙ୍କା ଜବତ ମାମଲା : ଅଧାଟଙ୍କା ହଡପ ଅଭିଯୋଗରେ ଏସ୍ ପିଙ୍କ ତନାଘନା : ଧରାପଡିଲା ଅଧିକ ୧୩ ଲକ୍ଷ : ଏସଡିପିଓଙ୍କ ବଦଳି ! ଅନ୍ୟମାନେ ପଣ୍ଡିତ ପୁଅ ?

19-Sep-2022



ବଲାଙ୍ଗୀର  : ( ମଳୟ ମିଶ୍ରଙ୍କ ରିପୋର୍ଟ )  ଗତ ୧୬ ତାରିଖ ରାତିରେ କଣ୍ଟାବାଞ୍ଜିର ଶ୍ରୀ ଅନ୍ନପୂର୍ଣା ହୋଟେଲରେ କଣ୍ଟାବାଞ୍ଜି ପୁଲିସ୍ ର ଅଚାନକ ଚଢାଉରେ ୭ ଜଣ ରାଜ୍ୟବାହାରର ଆନ୍ଧ୍ରଦାଦନ ଶ୍ରମିକ ଚାଲାଣକାରୀ ସେଠଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିପୁଳ ପରିମାଣର ଲକ୍ଷ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା । ତେବେ ସେମାନଙ୍କୁ ଥାନାକୁ ନେବାପରେ ଏସ୍ ଡି ପିଓ  ଡ. ହୃଷିକେଶ ମେହେରଙ୍କ ଦ୍ବାରା ପରଦିନ ପୂର୍ବାହ୍ଣରେ  ଏକ ଆୟୋଜିତ ସାମ୍ବାଦିକସମ୍ମିଳନୀରେ ଡ. ମେହେର ଅଭିଯୁକ୍ତମାନଙ୍କୁ ଜୁଆଡି ଓ ସେମାନଙ୍କଠାରୁ ଜବତ କରିଥିବା ଟଙାର ପରିମାଣ ୫୮ ଲକ୍ଷ ୫୨ ହଜାର

୨୫୦ ଟଙ୍କା ବୋଲି ପ୍ରକାଶ କରିଥଲେ । ଏହା ସେଠାରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ଓ ସ୍ଥାନୀୟଲୋକଙ୍କୁ ଆଶ୍ଚର୍ଯ୍ୟାନ୍ବିତ ଓ ପ୍ରତିକ୍ରିୟାଶୀଳ କରିଥିଲା । ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ କଥା କଟାକଟି ହେବାରୁ ଏସ୍ ଡି ପି ଓ ଶ୍ରୀ ମେହେର ହଡବଡେଇଯାଇ ଅଧାରୁ ସାମ୍ବାଦିକସମ୍ମିଳନୀରୁ ଉଠିଯାଇ ' ଆଇନ୍ ତା' ବାଟରେ ଯିବ ' ବୋଲି ସଫେଇ ଦେଇଥିଲେ । ଲୋକଙ୍କର ଏହି ସନ୍ଦେହକୁ ଆଧାର କରି ପ୍ରଥମେ  ଏହି ବିବଦମାନ ପୁଲିସ୍ ଚଢାଉ ଖବର ପ୍ରେରଣା ଉଏବ୍ ପୋର୍ଟାଲ୍ ରେ ପ୍ରକାଶ ପାଇଥିଲା । ଏହି ଗିରଫ ଅଭିଯୁକ୍ତମାନେ ଜୁଆଡି ନୁହଁନ୍ତି  ! ବରଂ ତେଲେଙ୍ଗାନାରୁ ସ୍ଥାନୀୟ ସର୍ଦ୍ଦାରଙ୍କୁ ଦାଦନଶ୍ରମିକଙ୍କୁ ଚାଲାଣ କରିବାକୁ ବଇନା ଦେବାକୁ ଆଣିଥିବା ୧ କୋଟି ୮ ଲକ୍ଷ ଟଙ୍କା ବୋଲି  ଲଜ୍ ର ମ୍ୟାନେଜର ଓ ଅନ୍ୟ ସର୍ଦ୍ଦାରମାନଙ୍କ ସୂତ୍ରରୁ ସ୍ପଷ୍ଟ ହେବାରୁ  ଏହାପରେ ଅନ୍ୟାନ୍ୟ ମିଡିଆରେ ମଧ୍ୟ ଏହି ବିଷୟରେ ପ୍ରକାଶ ପାଇଥିଲା । ତେଣୁ ପୁଲିସ୍ କାହିଁକି  ଆଗରୁ ପ୍ରାୟ ପ୍ରତିବର୍ଷ ଆସି ଏହି ହୋଟେଲ ସମେତ ଅନ୍ୟାନ୍ୟ ଲଜ୍ ରେ ରହୁଥିବା ଦାଦନସେଠଙ୍କୁ ମିଛରେ ଜୁଆଡି ସଜାଇ ଜବତ ଅଧାଟଙ୍କା ଚାପିଦେଇଛି , ଏ ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜିବୀ , ଆଇନଜିବୀ , ରାଜନେତା ଓ  କେତେକ ଲୋକପ୍ରତିନିଧି ବା ସ୍ଥାନୀୟ କାଉନସିଲର୍ ମାନେ ଖୋଲାଖୋଲି ସ୍ବରୋତ୍ତଳନ କରିଥିଲେ । ତଥାପି ପୁଲିସ୍ ସାମ୍ବାଦିକସମ୍ମିଳନୀରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ କହିଥିବା ସତ୍ତ୍ୱେ ଥାନାରୁ ନୋଟିସ୍ ଦେଇ ସ୍ଥାନୀୟ ଦାଦନସର୍ଦ୍ଦାରମାନଙ୍କ ହେପାଜତ୍ ରେ ଛାଡିଦେଇଥିଲା । ସେମାନଙ୍କୁ ହେପାଜତରେ ଥାନାରୁ ନେଇଥିବା ଦାଦନଚାଲାଣ କରୁଥିବା ବିଜେପି ନେତା ଖୁଟୁଲୁମୁଣ୍ଡାର ଲକ୍ଷେ ବାଗ  ଓ ଏସଡିପିଓଙ୍କ ପାଖକୁ ଆସି ପରାମର୍ଶ ଦେଉଥିବା ଜଣେ କଂଗ୍ରେସ ବିଧାୟକଙ୍କ ପାଖଲୋକ ଜିଲ୍ଲା ପରିଷଦ ସଭ୍ୟ ଝରଣୀର କୌଶିକ ମେହେର ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି ।  ଏ ସମ୍ପର୍କରେ ଜନପ୍ରତିକ୍ରିୟା ସୃଷ୍ଟି  ହେବାରୁ ବଲାଙ୍ଗୀର ଏସ୍ ପି ଅତିରିକ୍ତ ଏସ୍ ପି ସୁରେଶ ନାୟକଙ୍କୁ ପଠାଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଥିରୁ  ଜଣେ ମାଜିଷ୍ଟ୍ରେଟ୍ ଭାବେ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଜବତ ଟଙ୍କାର ପୁନଃଗଣନା କରାଯିବାରୁ ଥାନରେ ଥିବା ଆଉ ଏକ ବ୍ୟାଗ୍ ରୁ ଅଧିକ ୧୩ ଲକ୍ଷ ଟଙ୍କା ବାହାରିଥିବା ଓ ଏଥିରେ ଅନିୟମିତତା ହୋଇଥିବା ଏସ୍ ପି ସ୍ବୀକାର କରିଥିବା ପ୍ରକାଶ । ଏହାପରେ ବଲାଙ୍ଗୀର ଏସ୍ ପି ନୀତିନ୍ କୁଶଳକରଙ୍କ ନିର୍ଦ୍ଦେଶରେ ଉକ୍ତ ଏସଡିପିଓଙ୍କଠାରୁ ଏଣୁଏଣିକି ସମସ୍ତମାମଲାର ତଦନ୍ତଦାୟିତ୍ୱ କାଢିନିଆଯିବା ସହ ତାଙ୍କୁ ବଲାଙ୍ଗୀର ଏସ୍ ପି ଅଫିସ୍ କୁ ବଦଳି କରିଦିଆଯାଇଥିବା ପ୍ରକାଶ । ଆହୁରି ମଧ୍ୟ ଏସ୍ ପି କଣ୍ଟାବାଞ୍ଜି ଥାନାଧିକାରୀ ବାମଦେବ ଶଙ୍ଖୁଆଳ , ଜବତ ସ୍କ୍ବାଡରେ ଯାଇଥିବା ଏ ଏସ ଆଇ ମନୋଜ ବିଶି , କନେଷ୍ଟବଳ ଚନ୍ଦ୍ର ଶେଖର ବାଗ ପ୍ରମୁଖଙ୍କୁ ଜଣ ଜଣ କରି ଜେରା କରିଥିବା ସହ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙୁକ ସମେତ ଗୃହବିଭାଗକୁ ଜଣାଇଦେଇ ଏଥିରେ ଜଡିତ ସମସ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ । ଶେଷତମ ପ୍ରାପ୍ତ ଖବରରୁ ଛଡାଯାଇଥିବା ଅଭିଯୁକ୍ତ ସେଠ୍ ମାନଙ୍କ ମଧ୍ୟରୁ ଅଦ୍ୟାବଧି ତିନିଜଣଙ୍କ ସମେତ ଏସଡିପିଓଙ୍କ ସହିତ କଣ୍ଟାବାଞ୍ଜିର ୨ ଜଣ ଘନିଷ୍ଠ ପାଖଲୋକଙ୍କୁ ପୁଲିସ୍ ଜେରା କରୁଥିବା ପ୍ରକାଶ । ତେଣୁ ଏହି ଘଟଣାରେ ଜଡିତ ଥିବା ଅନ୍ୟ ପ୍ରଭାବଶାଳୀ ରାଜନେତା , ବ୍ୟକ୍ତିବିଶେଷ ଓ ଥାନାଧିକାରୀଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ତଦନ୍ତର ପରିସରଭୁକ୍ତ କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି । ଚଢାଉରେ କୋଟିଏରୁ ଅଧିକ ଟଙ୍କା ଜବତ ହୋଇଥିବା ଓ ସେହିଟଙ୍କା କାହାପାଖରେ ରହିଛି , ବାହାର କରିବାକୁ ମଧ୍ୟ ଦାବି ହେଉଛି ।

ଉଲ୍ଲେଖନୀୟ ଯେ ଏହି ଏସଡିପିଓ ଜଣକ କିଛିବର୍ଷ ଆଗରୁ ଜଣେ ପ୍ରୋବେସନର ଭାବେ କଣ୍ଟାବାଞ୍ଜି ଥାନାରେ ଥିଲାବେଳେ ଜଣେ ଦାଦନସର୍ଦ୍ଦାରଠାରୁ ୪୦ ହଜାର ଟଙ୍କା ବଟି ଆଣି ଧରାପଡିବାରୁ ତାଙ୍କୁ ତତ୍କାଳୀନ ଏସ୍ ପି ସନ୍ତୋଷବାଳାଙ୍କ ଅମଳରେ ବରଗଡକୁ ବଦଳି ହୋଇଥିଲା । ଏଥର ତାଙ୍କର ଭିଜିଲାନ୍ସକୁ ବଦଳି ହେଉଥିଲେ ହେଁ , ସେ ଏହାକୁ ବାତିଲ୍ କରାଇ କେବଳ ଦାଦନଚାଲାଣଋତୁ  ନିମନ୍ତେ କଣ୍ଟାବାଞ୍ଜିରେ ରହିଯାଇଥିବା ଓ ଏଥିପାଇଁ ୧୨ ଲକ୍ଷ ହାତଗୁଞ୍ଜା ଦେଇଥିବା ଏବଂ ସେ ତାଙ୍କର ପ୍ରକୃତ ଜାତିଗତ ପ୍ରମାଣପତ୍ରରେ ଚଞ୍ଚକତା କରିଆସିଥିବା ଇତ୍ୟାଦିର ଚର୍ଚ୍ଚା ହେଉଥିଲେ ହେଁ , ସେ ଏପରି ଅଭିଯୋଗକୁ ଅସ୍ବୀକାର କରନ୍ତି । 

ସେ ଯାହାହେଉ , ଏହି ଜବତ ଲକ୍ଷାଧିକ ଟଙ୍କା ହଡପ ଓ ପୂର୍ବରୁ ଚଳିତବର୍ଷର ବହୁଚର୍ଚ୍ଚିତ ସିନ୍ଧେକେଲାଥାନର ମାମଲା ଝରଣୀ ଗ୍ରାମର ମମିତା ମେହେର ଅପହରଣ ଓ ହତ୍ୟାମାମଲାରୁ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ର ନ କରିବା ସହିତ   ଟିଟିଲାଗଡ ଥାନା ବାରେକରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର୍ ଘଟଣା ଏବଂ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରେ ଦୁଇଜଣ ଡାକ୍ତରୀ ଛାତ୍ରୀଛାତ୍ରଙ୍କର ରାଗିଂ ଯୋଗୁଁ ମୃତ୍ୟୁ ବା ହତ୍ୟା ଅଭିଯୋଗ ସହିତ ପାଟଣାଗଡ ବ୍ଲକ୍ ଜେଇ ହତ୍ୟାକାଣ୍ଡ ଓ ଦିନଦ୍ବିପ୍ରହରରେ ଅଳଙ୍କାର ଦୋକାନରେ ରକ୍ତାକ୍ତ ଡକାୟତି ଘଟଣାଦିର ତଦନ୍ତରେ ଅବହେଳା ବଲାଙ୍ଗୀର ପୁଲିସ୍  ଜନସାଧାରଣଙ୍କର ଆସ୍ଥା ହରାଇଛି । ଏଣୁ ବଲାଙ୍ଗୀର ପୁଲିସ୍ ପ୍ରଶାସନର ସମୂଳେ ପରିବର୍ତ୍ତନ ଜିଲ୍ଲାବାସୀ ସରକାରଙ୍କ ଠାରେ ଦାବି କରନ୍ତି  ।


News Comment




Photo in News

Advertisment
Lastest News
  ଜିଲ୍ଲା  
୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି   24-Jun-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   24-Jun-2026
  ରାଜ୍ୟ  
ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ    24-Jun-2026
  ଜିଲ୍ଲା  
ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   24-Jun-2026
  ଜିଲ୍ଲା  
ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   23-Jun-2026
  ଜିଲ୍ଲା  
ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   23-Jun-2026
  ଜିଲ୍ଲା  
ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026

You Might Also Like