-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
13-Sep-2022
ବଲାଙ୍ଗୀର(ପ୍ରେରଣା ଖବର) - ମହର୍ଷି ବୁଦ୍ଧରାମ ମହାବିଦ୍ୟାଳୟ, ମେଣ୍ଡାର ପରିଚାଳନା କମିଟିର ପୂର୍ବତନ ସଭାପତି ଶିବପ୍ରସାଦ ପର୍ଡିଆଙ୍କର ୧୦୨ ବର୍ଷ ବୟସରେ ତାଙ୍କ ମେଣ୍ଡା ପର୍ଡିଆପଡା ବାସଭବନରେ ଆଜି ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ମେଣ୍ଡା ଅନ୍ଚଳରେ ଶୋକର ଛାୟା ଖେଳିଯାଇଛି । କଲେଜର ପ୍ରତିଷ୍ଠାରେ ତାଙ୍କର ବିଶେଷ ଯୋଗଦାନ ରହିବା ସହ ସେ କଲେଜକୁ ଆବଶ୍ୟକ ଜମି ଦାନ କରିଥିଲେ । ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ । ଆଜି ଦିନ ୧ଟାରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟ ବେଳକୁ ତାଙ୍କ ୪ ପୁଅ ଲକ୍ଷ୍ମୀନ୍ଦ୍ର, ଗଜେନ୍ଦ୍ର,ସୁରେନ୍ଦ୍ର, ନରେନ୍ଦ୍ର, ଝିଅମାନେ ଓ ନାତିନାତୁଣି ଉପସ୍ଥିତ ଥିଲେ । ରାଜୁଡା ଅମଳରୁ ତାଙ୍କ ଅଧିନରେ ରହିଅସିଥିବା ମେଣ୍ଡା ଖମାର ଜମିରେ ତାଙ୍କ ଶେଷକୃତ୍ୟ ସଂମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠପୁତ୍ର ମେଣ୍ଡା ପଞ୍ଚାୟତର ପୂର୍ବ ସରପଞ୍ଚ ଲକ୍ଷ୍ମୀନ୍ଦ୍ର ପର୍ଡିଆ ମୁଖାଗ୍ନୀ ଦେଇଥିଲେ ।