-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
12-Sep-2022
ବଲାଙ୍ଗୀର(ପ୍ରେରଣା ଖବର): ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ବଲାଙ୍ଗୀର ଲୋଇସାିଂହା ବ୍ଲକ ଛଡାମଖନା ନିକଟସ୍ଥ ଜାମସର ଠାରେ ଏକ କାର୍ ଦୁର୍ଘଟଣା ଘଟିଯାଇଛି । ଆଜି ସଂଧ୍ୟା ପ୍ରାୟ ୮ ଟା ସମୟୟରେ ବୁଢ଼ିପଦର ପଂଚାୟତ ଘୁସୁରା ମୁଣ୍ଡା ଗାଁଁର ଜଣେ ଦମ୍ପତ୍ତି ବଲାଙ୍ଗୀର ମେଡିକାଲ କାମ ସାରି ଏକ ମାରୁତି ଇକୋ କାର ଯୋଗେ ବଲାଙ୍ଗୀର ରୁ ନିଜ ଗାଁ କୁ ଫେରୁଥିଲେ । ତେବେ ଲୋଇସିଂହା ବ୍ଲକ ଛତାମଖନା ନିକଟସ୍ଥ ଜାମସର ର ରାସ୍ତା କଡରେ ଥିବା ଏକ ପୋଖରୀ ହୁଡା ଭିତରକୁ କାରଟି ପଶିଯାଇଥିଲା । ପ୍ରାୟ ୪ ଫୁଟ ପାଣି ଭିତରେ ଏକାର ଟି ବୁଡିରହିଥିବା ବେଳେ ବର୍ତ୍ତମାନ ସ୍ଥାନୀୟ ଲୋକ କ ସହାୟତାରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କାରକୁ ବହାରକୁ ବାହାର କରିବା କାମରେ ଲାଗିଛନ୍ତି । ସ୍ୱାମୀ ମୁନା ସାହୁ ସୁରକ୍ଷିତ ଭାବରେ କାର ଭିତରୁ ବାହାରି ଥିବା ବେଳେ କାର ଭିତରେ ଥିବା ମହିଳାଙ୍କ ଅବସ୍ଥା କଣ ରହିଛି ଏ ପର୍ଯ୍ୟନ୍ତ ଜଣାପଡି ନାହିଁ ।