-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
12-Sep-2022
ବିନିକା(ହିମାଂଶୁ ଶେଖର ପୁଟେଲ)ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ ୭ବର୍ଷ ହେଲା ବିନିକା ସହର ଦେଇ ଯାଇଥିବା ବିନିକା-ସୁବର୍ଣ୍ଣପୁର,ବିନିକା-ରାମପୁର-ବରଗଡ, ବିନିକା-ଉଲୁଣ୍ଡା-ସମ୍ବଲପୁର ରାସ୍ତାରେ ଚଳାଚଳ କରୁଥିବା ବିଭିନ୍ନ ପ୍ରକାରର ଯାନବାହାନର ଗତିପଥ ନିୟନ୍ତ୍ରଣ ପାଇଁ ଓ ଲୋକଙ୍କ ସୁରକ୍ଷା ପାଇଁ ଦୁଇଟି ଟ୍ରାଫିକ ପୋଷ୍ଟ ନିର୍ମାଣ ହୋଇଛି ସତ ହେଲେ ଟ୍ରାଫିକ ପୋଲିସ ନଥିବାରୁ ଗାଡ଼ି ଗୁଡ଼ିକ ମନଇଚ୍ଛା ଯିବା ଆସିବା କରୁଥିବାରୁ ଛଟବଡ ଦୁର୍ଘଟଣା ଘଟୁ ଥିବାର ନଜିର ରହିଛି ।ଏହାକୁ ନିୟନ୍ତ୍ରଣ ପାଇଁ ଓ ଲୋକଙ୍କ ସଚେତନ ନିମନ୍ତେ ବିନିକା ଅଞ୍ଚଳର ଜଣାଶୁଣା ସାମ୍ବାଦିକ ଶାନ୍ତନୁ କୁମାର ପଣ୍ଡା କିଛି ସମୟ ଧରି ଟ୍ରାଫିକ ପୋଲିସ କାର୍ଯ୍ୟ ନିଭାଇ ଲୋକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।ସୂଚନା ଯୋଗ୍ୟ ଯେ ଏହି ଜନବହୁଳ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରକାରର ଯାନବାହାନ ଚଳାଚଳ କରୁଅଛି ।ସହରର ବସଷ୍ଟାଣ୍ଡ ନିକଟ ଆମ୍ବେଦକର ଛକ ଓ କଲେଜ ଛକ ଠାରେ ନିର୍ମାଣାଧୀନ ଏହି ଟ୍ରାଫିକ ପୋଷ୍ଟ ଚତୁରପାର୍ଶ୍ବରେ ରାସ୍ତା ଥିବାରୁ ଗାଡିମଟର ଓ ଲୋକଙ୍କ ଯିବା ଆସିବା ନେଇ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୁଏ ।