-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-Sep-2022
ଆଗଲପୁର /ସାଲେଭଟା(ବିନୋଦ କୁମାର ଦୀପ) ଆଜି ସକାଳେ ମୋହନ ବାରିକ (୨୫) ନାମକ ଜଣେ ଖବର କାଗଜ ବିତରକ ଖବର କାଗଜ ବାଣ୍ଟିବା ପାଇଁ ଯାଉଥିବା ବେଳେ ସାମନା ପଟୁ ଆସୁଥିବl ଏକ ଅଜଣା ବୋଲେରୋ ଧକ୍କା ରେ ଗୁରୁତର ଆହାତ ହୋଇଥିବା ଜଣାପଡିଛି l ଏପରି ଏକ ଘଟଣା ଘଟିଛି ଆଗଲପୁର ବ୍ଳକ ସାଲେଭଟା ଗାଁ ରେ l ଆଜି ଭୋର୍ ରୁ ସବୁଦିନ ପରି ସାଲେଭଟାର ମୋହନ ପେପର୍ ବାଣ୍ଟିବା ପାଇଁ ନିଜ ସାଇକେଲ ରେ ଘର ରୁ ବାହାରିଥିଲେ l ତେବେ ସାଲେଭଟା ମୁଖ୍ୟ ରାସ୍ତାରେ ଡୁଙ୍ଗୁରିପାଲି ପଟୁ ଆସୁଥିବl ଏକ ଅଜଣା ବୋଲେରୋ ଗାଡ଼ି ଧକ୍କା ରେ ଗୁରୁତର ଆହାତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼କାଲ କଲେଜର ସର୍ଜରୀ ୱାର୍ଡ ରେ ଭର୍ତି ହୋଇଛନ୍ତି l