-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
28-Nov-2020
ଭଦ୍ରକ, (ପ୍ରେରଣା ଖବର): ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଦୁର୍ଘଟଣା । ହୁ ହୁ ହୋଇ ଜଳିଗଲା ଗୋଟିଏ କଣ୍ଟେନର । ବୋଲେରୋକୁ ଧକ୍କା ଦେବା ପରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ଏହାର ଆଗ ଭାଗ ଜଳି ଯାଇଥିଲା । ଗତକାଲି ରାତିରେ ୧୬ ନମ୍ୱର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । କଣ୍ଟେନରଟି ମହାରାଷ୍ଟ୍ରରୁ କୋଲକାତା ଅଭିମୁଖେ ଯାଉଥିଲା । ନିଆଁ ଲାଗି କଣ୍ଟେନରରେ ଥିବା ସାମଗ୍ରୀ ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । ଇ-କମର୍ସ ଓ୍ୱେବସାଇଟ୍ ଫ୍ଲିପ୍କାର୍ଟର ସାମଗ୍ରୀ ନେଇ ଏକ କଣ୍ଟେନରଟି କୋଲକାତା ଯାଉଥିଲା । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା କଣ୍ଟେନର । ନିଆଁ ଲାଗିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଭଦ୍ରକ ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିଥିଲେ ।