-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
04-Sep-2022
ବରଗଡ:-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭାଲୁପାଲିରେ ବିଦ୍ୟାଳୟ ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ
ବିଦାୟୀ ଶିକ୍ଷକ ଅକ୍ଷୟ କୁମାର ପଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ପୂର୍ବତନ ଶିକ୍ଷକ ପଙ୍କଜ ବାରିକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ବିଜେପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତରାୟ ମୁଖ୍ଯ ଅତିଥି,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ,ବିଜେପୁର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭାଗବତ ସାହୁ ସମ୍ମାନୀତ
ଅତିଥି ଭାବେ ଯୋଗଦେଇଥିଲେ।ଶଶୀଭୂଷଣ ସାହୁ ସଭାକୁ ସଂଯୋଜନା କରିଥିବାବେଳେ ବାନ୍ଦୁପାଲି ସି.ଆର.ସି.ସି ସୀତାରାମ ଦୀପ୍ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ବରିଷ୍ଠ ଶିକ୍ଷକ କୈଳାସ ରାଜହଂସ,ସନ୍ତୋଷ ବାଗ,ଅନିରୁଦ୍ଧ ସାହୁ,ବାମନ ଚେରକିଆ,ଦୁଷ୍ମନ୍ତ ମିଶ୍ର, ଭାସ୍କର ସାହୁ,ଚକାଡୋଳା ତରିଆ,ଦୁର୍ଯ୍ୟୋଧନ ଷାଣ୍ଢ ପ୍ରମୁଖ ଯୋଗଦାନ କରିଥିଲେ।
ଅବସରକାଳୀନ ପେନସନ ପେପରଟିକୁ ଗୋଷ୍ଠୀଶିକ୍ଷା କାର୍ଯ୍ୟାଳୟ ର କିରାଣୀ ବୁଦ୍ଧଦେବ ଦାସ ପ୍ରଦାନ କରିଥିଲେ। ମୁଖ୍ଯ ଅତିଥି ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ ପଧାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ। ଚେୟାରମ୍ୟାନ ଅଶୋକ ପଧାନ,ଅଙ୍ଗନବାଡ଼ି କର୍ମୀ ଭୂମିସୂତା ତରିଆ,ହାରାଧନ ପଧାନ,ଋକ୍ମଣ ସାହା,ନିର୍ମଳ ବାରିକ,ସୁବାସିନୀ ସେଠୀ ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ।ଦୁର୍ବାଦଳ ବଡ଼ଗୁଛିଆ ସି.ଆର.ସି.ସି ବଡ଼ବାଉଁସେନ କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ଯ ଭୂମିକା ଗ୍ରହଣ କରିଥିଲେ। ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।