-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Aug-2022
(ପ୍ରେରଣା ଖବର)
ବୌଦ୍ଧର ଇଷ୍ଟଦେବୀ ମାଁ ଭୈରବୀଙ୍କ ପୀଠରେ ଆଜି ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଅଛି । ପାରମ୍ପରିକ ରିତିନିତି ସହ ସକାଳର ନିତିକାନ୍ତି ସରିବା ପରେ ମାଁ ଭୈରବୀଙ୍କ ବେଶ କରାଯାଇଥିଲା । ମାଁ ଭୈରବୀଙ୍କ ଠାରେ ପୀଠା ଭୋଗ ସହ ନୂତନ ଶସ୍ୟ ଲାଗି କରାଯାଇଥିଲା । ମାଟି ନିର୍ମିତ ବାଣ୍ଠୁ କୁ ପୂଜା କରାଯିବା ପରେ ନୂତନ ଚାଙ୍ଗୁଡିରେ ମାଟିପାତ୍ରରେ ନୂତନ ଶସ୍ୟ ଲାଗି କରାଯାଇଥିଲା । ମୁଖ୍ୟ ସେବାୟତ ଗୌରି ଶଙ୍କର ବଡମାଳି, ପାଳିଆ ସେବାୟତ ସାନନ୍ଦ ବଡମାଳି ଙ୍କ ସମତେ ଅନ୍ୟମାନେ ସମସ୍ତ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ । ଶତାଧିକ ଭକ୍ତ ମାଁ ଭୈରବୀଙ୍କ ଦର୍ଶନ କରି ପୂଜା କରିଥିଲେ ।