-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
24-Aug-2022
ବଲାଙ୍ଗିର,(ଅନ୍ତର୍ୟ୍ୟାମୀ ସାହୁ) ଆଜି ସ୍ଥାନୀୟ ଯାଦବ ଭବନ ଠାରେ କୋସଲ ସେନା ତାର ନୂତନ କାଯ୍ୟକାରୀ କମିଟି ଗଠନ କରିଛି । ବଲାଙ୍ଗିର ଜିଲ୍ଲାର କୌସ୍ତୁଭ ସାହୁ ନୁତନ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ସେନାର ନିଜସ୍ୱ ପଞ୍ଜିକରଣ ଓ ପାନ ନଂ ମଧ୍ୟ ଉନ୍ମୋଚନ କରିଛି । ସେହିପରି ଲଢେଇକୁ ଆହୁରି ଜୋରଦାର କରିବା ପାଇଁ ଉପସଭାପତି ଭାବେ ଝାରସୁଗୁଡା ଜିଲ୍ଲାର ଗଣେଶ ମଟାରୀ, ସଂପାଦକ ଭାବେ ବରଗଡ ଜିଲ୍ଲାର ବୀରବଲ ମହାକୁର, ସହସଂପାଦକ ଭାବେ ସୋନପୁର ଜିଲ୍ଲାର ସରୋଜ ପ୍ରଧାନ,କୋଷାଧକ୍ଷ୍ୟ ଭାବେ ବରଗଡ ଜିଲ୍ଲାର ଅଶୋକ ଛତର, ସହ ସଂଯୋଜକ ଭାବେ ବରଗଡ ଜିଲ୍ଲାର ଅବିନାଶ ଚନ୍ଦ୍ର ବିଶିଙ୍କୁ ସଂଗଠନର ଦାଇତ୍ୱ ପ୍ରଦାନ କରାଯାଇଛି । ଏହି ଅବସରରେ, କୋସଲ ରାଜ୍ୟ ଦାବୀରେ ଆସନ୍ତା ସେପ୍ଟେମ୍ବର ୭ରେ କୋସଲ ମହାବନ୍ଦର ଡାକରା ଦେଇଛି କୋସଲ ସେନା । ଏହି ଡାକରା କୁ କୋସଲ ମୁକ୍ତି ମୋର୍ଚ୍ଚା ସମ୍ପୁର୍ଣ୍ଣ ସମର୍ଥନ
ଜଣାଇଛି । କିଛି ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଆସୁଥିବା ବେଳେ ଏହି ପର୍ବରେ ତିନି ଦିନିଆ ସରକାରୀ ଛୁଟି ଘୋଷଣା ପାଇଁ ଏକ ସ୍ୱତନ୍ତ୍ର ଦାବୀ ପତ୍ର ସେନା ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ତେବେ ଆସନ୍ତା ସେପ୍ଟେମ୍ବର ୭ରେ ହେବାକୁ ଥିବା ମାଁ ମାଟି ପାଇଁ ହକ୍ ର ଏହି ଲଢେଇରେ କୋସଲାଞ୍ଚଲରେ ଥିବା ସମସ୍ତ କୋସଲ ସଂଗ୍ରାମୀ, କୋସଲ ପ୍ରେମୀ, କୋସଲ ସଂଗଠନ, ଡ୍ରାଇଭର ସଂଘ, ଅଟୋ ଡ୍ରାଇଭର ସଂଘ, ସରକାରୀ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, କୋର୍ଟ କଚେରୀ ସହିତ ସମସ୍ତ ରାଜନୈତିକ ଦଳମାଙ୍କୁ ସାମିଲ ହେବାକୁ କୋସଲ ସେନା ଅନୁରୋଧ କରିଛି । ଆଜିର କାର୍ୟ୍ୟକ୍ରମରେ କୋସଲ ସେନା ସମେତ କୋସଲ ମୁକ୍ତି ମୋର୍ଚ୍ଚାର ଶତାଧିକ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ ।