-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
22-Aug-2022
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ବଡ଼ମାଳ ଫାଣ୍ଡି ଅନ୍ତର୍ଗତ ଲମ୍ବଟି ଦାଦର୍ ଗ୍ରାମ ନିକଟ ଜଙ୍ଗଲ ସଂଲଗ୍ନ ଚାଷ ଜମିରୁ ସୋମବାର ସକାଳେ ଜଣେ ଚାଷୀଙ୍କ ମୃତ ଦେହ ଉଦ୍ଧାର କରିଛି ଚାରମାଳ ପୋଲିସ୍ । ସୂଚନା ଯୋଗ୍ୟ ଯେ ଲମ୍ବଟିଦାଦର ଗ୍ରାମର ଜଣେ ଚାଷୀ ଗେଥଳ ମାଝୀ ଗତ ରବିବାର ଦିନ ଗାଁ ଜଙ୍ଗଲ ପାଖ ଚାଷ ଜମିକୁ ଯାଇଥିଲେ ହେଲେ ରାତିରେ ଘରକୁ ଫେରିନଥିଲେ ପରିବାର ଲୋକେ ବହୁ ଖୋଜା ଖୋଜି ପରେ ପଇନଥଲେ ଏ ନେଇ ପରିବାର ଲୋକେ ବଡ଼ମାଳ ଫାଣ୍ଡିରେ ଗେଥଲ ମାଝୀ ନିଖୋଜ ଥିବା ନେଇ ଅଭିଯୋଗ କରିଥଲେ । ସୋମବାର ସକାଳେ ଗ୍ରାମର କିଛି ଲୋକ ଗେଥଲ ମାଝୀଙ୍କ ମୃତଦେହ ଦେଖି ବଡ଼ମାଳ ଫାଣ୍ଡିକୁ ଖବର ଦେଇଥିଲେ , ବଡ଼ମାଳ ଫାଣ୍ଡି ଅଧିକାରୀ ଓ ବଡ଼ମାଳ ରେଞ୍ଜ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରି ମୃତ ଦେହରେ ଦଶଟି କ୍ଷେତ ଚିହ୍ନ ଓ ପାରିପାର୍ଶିକ ସ୍ଥିତି ଦେଖି ଏହା ଜଂଗଲୀ ବାରହା ଆକ୍ରମଣରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ବୋଲି କହିଥଲେ । ସେପଟେ ପୋଲିସ କେସ ନମ୍ବର ୭/୨୨ରେ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।