-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
22-Aug-2022
ସୁବର୍ଣ୍ଣପୁର / ୬୨ତମ ରାଜ୍ୟସ୍ତରୀୟ ବରିଷ୍ଠ ସନ୍ତରଣ ଚମ୍ପିୟନସିପରେ ସୁବର୍ଣ୍ଣପୁର ଜିଲ୍ଲା ଭାଗନେବାକୁ ଯାଉଛି। ଆଗାମୀ ୨୩ ଓ ୨୪ ଅଗଷ୍ଟରେ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଅନୁଷ୍ଠିତ ହେବାକୁ ଥିବା ଏହି ସନ୍ତରଣ ଚମ୍ପିୟନସିପରେ ଭାଗନେବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା ଦଳ ଭୁବନେଶ୍ଵର ଗସ୍ତ କରିଛନ୍ତି ବୋଲି ଜିଲ୍ଲା ସନ୍ତରଣ ସଂଘର ସଂପାଦକ ଜୟ ନାରାୟଣ ମେଣ୍ଡେଲି ସୂଚନା ଦେଇଛନ୍ତି। ଟିମ୍ ମେନେଜର ଆକାଶ ସାହୁ, କୋଚ ସଞ୍ଜୟ ପାଣ୍ଡେଙ୍କ ସହ ସନ୍ତରଣକାରୀ ଆନନ୍ଦ ନାୟକ, ଅନ୍ତରାମ ସେଠୀ, ବିନିତ ପ୍ରଧାନ, ବାଞ୍ଛାନିଧି ସାଗର, ହିମେଶ ସୁନା, ସୋମ ନାଗ, ଆଶୁତୋଷ ରଣା ଓ କୁନା ବାଘ ଆଜି ଭୁବନେଶ୍ଵର ଗସ୍ତ କରିଛନ୍ତି। ଟିମ୍ କୁ ସଫଳତା ପାଇଁ ଶୁଭେଚ୍ଛା ଜ୍ଞାପନ ସହ ବିଦାୟ ଦେବା ସମୟରେ ସଂଘର ସଭାପତି ପ୍ରଦୀପ ମହାନ୍ତି, ସଂପାଦକ ଜୟ ନାରାୟଣ ମେଣ୍ଡେଲି, ମନୋରଂଜନ ମିଶ୍ର,ବିଦ୍ୟାଧର ମିଶ୍ର, ବିଶ୍ଵ ରଂଜନ ଦଲାଇ, ଭକ୍ତି ରଂଜନ ଦଲାଇ ପ୍ରମୁଖ ଉପସ୍ଥିତ ଥିଲେ।