-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
21-Aug-2022
ବଲାଙ୍ଗିର,(ପ୍ରେରଣା ଖବର)- ଗତ ବର୍ଷ ପରି ଏ ବର୍ଷ ମଧ୍ୟ ନଭେମ୍ବର ୧ରେ ବାଲାଙ୍ଗିର ଦିନ ଧୁମଧାମରେ ପାଳନ କରାଯିବ । ମାଁ ମାଟିର ଏହି ଉତ୍ସବକୁ ନେଇ ଗତ ବର୍ଷ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଦଳ ମତ ଜାତି ଧର୍ମ ନିର୍ବିଶେଷରେ ବଲାଙ୍ଗିରବାସୀ ଏକ ହୋଇ ବଲାଙ୍ଗିର ଦିନ୍ ପାଳନ କରିଥିଲେ । ସେହିକ୍ରମରେ ଏ ବର୍ଷ ମଧ୍ୟ ହର୍ଷୋଉଲ୍ଲାସ ର ସହ ବଲାଙ୍ଗିର ଦିନ ପାଳନ କରାଯିବ । ତାସହ ଏଥର ବଲାଙ୍ଗିର ମାଁ ମାଟିର ମହକ, ଏହାର ଇତିହାସ, କଳା, ସଂସ୍କୃତି କୁ ନେଇ ଏକ ବିଶେଷ ସ୍ମରଣିକା ପ୍ରକାଶ କରାଯିବା ବୋଲି ସ୍ଥାନିୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଥିବା ପ୍ରସ୍ତୁତି ବୈଠକରେ
ବଲାଙ୍ଗିର ଦିନ ଆୟୋଜକ କମିଟି ପ୍ରକାଶ କରିଛି । କମିଟିର ଅଧକ୍ଷ୍ୟ ଅଙ୍କୁଶ ପାଣ୍ଡିଆଙ୍କ ଅଧ୍ୟକ୍ଷତା ତଥା ସଂପାଦକ ପ୍ରଶାନ୍ତ ମାହକୁଙ୍କ ଆବହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ସମସ୍ତ ସଭ୍ୟଙ୍କ ଦ୍ୱାରା ଆଗାମୀ ବଲାଙ୍ଗିର ଦିନକୁ ଆହୁରି ମୁଖର ଓ ପ୍ରଖର କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇଥିଲା । ତାଛଡା ଏଥର ବଲାଙ୍ଗିର ମାଁ ମାଟି ଓ ମହକ କୁ ନେଇ ଏକ ସ୍ମରଣୀକା ପ୍ରକାଶ କରିବା ନେଇ ସର୍ବ ସମ୍ମତି ପ୍ରକାଶ ପାଇଥିଲା । କମିଟି ଏହି ଉଦ୍ଦେଶ୍ୟରେ ସାରା ଜିଲ୍ଲାରୁ ଉଚ୍ଚ ସ୍ତରର ଲେଖା ପଠାଇବା ପାଇଁ ଅନୁରୋଧ କରିଛି । ପ୍ରଚାର ପ୍ରସାର କମିଟିର ସଂପାଦକ ବିଭୁ କଲ୍ୟାଣ ଗଡତିଆ ସଭା ପରିଚାଳଣା କରିଥିବା ବେଳେ ସଭାରେ ଗୁରୁଶ୍ରୀ ଘାସିରାମ
ମିଶ୍ର, ନାଟ୍ୟ ଭୁଷଣ ଜଗଦା ନନ୍ଦ ଛୁରିଆ, କୋଶଲବାଦୀ ନିମେଇ ପାଣିଗ୍ରାହୀ, ପ୍ରଫେସର ଶିବ ନନ୍ଦ, ବରିଷ୍ଠ ସାମ୍ବାଦିକ ଅରୁଣ ମିଶ୍ର, ଆନନ୍ଦ ଚନ୍ଦ୍ର ସାହୁ, ମନୋରଞ୍ଜନ ଯୋଷୀ, ଅଖିଳ ହୋତା, ପୁର୍ଣ୍ଣଚନ୍ଦ୍ର ପଣ୍ଡ. ସୁନୀଲ ମହାନ୍ତି, ଯୁଧିଷ୍ଟିର ମେହେର, ଦେବାଶିଷ ମିଶ୍ରଙ୍କ ସହିତ ସହ ଅଧ୍ୟକ୍ଷ ବିନୋଦ କାଲସାଏ, ଅର୍ଜୁନ ସାହୁ, ପ୍ରଭାକର ମିଶ୍ର, ରତନ ମହାରଣା, ଗୋପାଲଜୀ ପାଣୀଗ୍ରାହୀ, ଦୀନେଶ ଶର୍ମା, ସୋମନାଥ ମିଶ୍ର, ଅଭିଷେକ ଦାଶ, ବିକାଶ ସାଏ, ସଙ୍ଗିତା ପାଣୀଗ୍ରାହୀ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ପଶ୍ଚିମ ଓଡିଶା ଯୁବା ମ, ନାଗରୀକ କମିଟି, ମାହେଶ୍ୱରୀ ଗୃପ, ତହଁକ ପରିବାର , ଯାଦବ ସମାଜ, ସମଲେଶ୍ୱରୀ ମନ୍ଦିର ଆଳତି କମିଟି, ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ, ସ୍ମାଇଲ ଫର ୟୁ ସଂଗଠନର ସଭ୍ୟମାନେ ଉପସ୍ଥିତ ରହି ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଶେଷରେ ଅବାହକ ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।