-+91-9937148622 |

prerana_bgr@rediffmail.com |

  Wednesday 7th October 2026 |

| | | |

R.N.I. Regd No. ODIODI/2010/46693

Breaking News

ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||      ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   (07-Oct-2026)       ||      ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା    (07-Oct-2026)       ||      ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   (07-Oct-2026)       ||      ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   (07-Oct-2026)       ||      ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କେନ୍ଦ୍ର, ବରଗଡ଼ ତରଫରୁ ପେନସନର୍ସ ମିଟ ଆୟୋଜିତ   (07-Oct-2026)       ||      ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ   (07-Oct-2026)       ||      ଫୁଲମୁଠିର ଓଡ଼ିଆ ଶିଳ୍ପୀ ଅଶୋକଙ୍କୁ ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନ   (07-Oct-2026)       ||      _ଭୀମଟାଙ୍ଗିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ   (07-Oct-2026)       ||      କୁଶଙ୍ଗାଇ ପୀଠରେ ଷୋହଳ ପୂଜା ଆରମ୍ଭ   (07-Oct-2026)       ||      ସେବା, ସ୍ୱାସ୍ଥ୍ୟ, ବନ୍ଧୁତାର ମନ୍ତ୍ର - ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଯୁବ ରେଡକ୍ରସର ମହାମନ୍ଥନ   (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ   (07-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   (06-Oct-2026)       ||      ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   (06-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   (06-Oct-2026)       ||      ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   (06-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   (06-Oct-2026)       ||     

HOME   ଜିଲ୍ଲା

ଦିବଂଗତ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ସ୍ମୃତି ସଭା- ସାମ୍ବାଦିକ ଜବତର ଭିଷ୍ମପିତାମହ ଥିଲେ ସତ୍ୟନାରାୟଣ-ବାଲ୍ୟବନ୍ଧୁ ନରସିଂହ  

21-Aug-2022



ବଲାଙ୍ଗୀର,-ନିର୍ଭିକତା ଭରି ରହିଥିଲା । ନିରପେକ୍ଷତା ସହ ସାହସୀ ଥିଲେ । ସାମ୍ବାଦିକଙ୍କୁ ଭଲପାଉଥିଲେ । ବହୁ ପ୍ରସଙ୍ଗ ସେ ତାଙ୍କ ଲେଖନୀରେ ସାମ୍ନାକୁ ଆଣିବାରେ ସଫଳ ହୋଇଥିଲେ । ଦିବଂଗତ ସାମ୍ବାଦିକ ସତ୍ୟନାରାୟଣ ବେହେରା ସାମ୍ବାଦିକ ଜଗତର ଭିଷ୍ମପିତାମହ ଥିଲେ ବୋଲି ଆଜି ପିପିଏକାଡେମୀଠାରେ ଅନୁଷ୍ଠିତ ସ୍ମୃତିସଭାରେ ଅତିଥି ଓ ବକ୍ତାଗଣ ମତବ୍ୟକ୍ତ କରିଛନ୍ତି ।
ସତ୍ୟନାରାୟଣ ବେହେରାଙ୍କ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ସ୍ମୃତି ସଭା ଓ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ସ୍ୱର୍ଗତ ବେହେରାଙ୍କ ବାଲ୍ୟବନ୍ଧୁ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ‘ସାଂପ୍ରତିକ ସମାଜରେ ସାମ୍ବାଦିକତା’ ଶିର୍ଷକ ଆଲୋଚନାଚକ୍ରରେ ଆଲୋଚକ ଭାବରେ କବି ଭାଗିରଥି ମିଶ୍ର ଏବଂ ସଂଗଠକ ଧର୍ମେନ୍ଦ୍ର ନନ୍ଦ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ମିଶ୍ର ଦିବଂଗତ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିଚାରଣ କରି କହିଥିଲେ, ସତ୍ୟଙ୍କ ସହିତ ମୋର ଘନିଷ୍ଠ ବନ୍ଧୁତା ଥିଲା । ବିଷ୍ଣୁ ସେଠ, ସତ୍ୟନାରାୟଣ ବେହେରା ଏବଂ ମୁଁ ତିନିଜଣ ଘନିଷ୍ଠ ବନ୍ଧୁ ଥିଲୁ । ମୁଁ ଓକିଲାତୀ କରିବା ସହିତ ରାଜନୀତି କରୁଥିଲି । ସେପଟେ ମୋ ସାଂଗ ବିଷ୍ଣୁ ସେଠ ଶିକ୍ଷକତା କରୁଥିଲେ । ସତ୍ୟ ସାମ୍ବାଦିକତା ସହିତ ଜଣେ କଳାକାର ଥିଲେ । ତିନିଜଣ ଭିନ୍ନ ଭିନ୍ନ ପ୍ରଫେସନର ଥିଲେ ମଧ୍ୟ ବନ୍ଧୁତା ଘନିଷ୍ଠ ଥିଲା । ସତ୍ୟ କାହା ପାଖରେ ହାତ ପତାଉ ନଥିଲେ । ବହୁ ବାଧାବିଘ୍ନ ସତ୍ୱେ ନିଜର ଅସ୍ତିତ୍ୱ ବଜାୟ ରଖିଥିଲେ । ସେ ଜଣେ ସାହାସୀ ସାମ୍ବାଦିକ ହୋଇ ନିର୍ଭିକ ଭାବରେ ଖବର ପରିବେଷଣ କରୁଥିଲେ । ସାମ୍ବାଦିକଜଗତର ଭିଷ୍ମପିତାମହ ଥିଲେ ସତ୍ୟ ବୋଲି ବିଧାୟକ କହିଥିଲେ । ସଭା ପ୍ରାରମ୍ଭରେ ଦିବଂଗତ ସତ୍ୟନାରାୟଣ ବେହେରାଙ୍କୁ ଅତିଥି ଓ ଉପସ୍ଥିତ ସହରର ବିଭିନ୍ନ ସଂଗଠନର ନେତୃବୃନ୍ଦ, ବୁଦ୍ଧିଜୀବୀ , ସ୍ୱର୍ଗତ ବେହେରାଙ୍କ ପରିବାରବର୍ଗ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସାଇ ଶ୍ରୀରାମ ଓ ସାଇ ବିନାୟକ ବେଦମନ୍ତ୍ର ପାଠ କରିଥିଲେ । ସାମ୍ବାଦିକ ପ୍ରଦୀପ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ସାମ୍ବାଦିକ ବିଭୁକଲ୍ୟାଣ ଗଡତ୍ୟା ସଭା ପରିଚାଳନା କରିଥିବା ବେଳେ ସାମ୍ବାଦିକା ଜୋସ୍ନାରାଣୀ ଦାସ ଆଲୋଚନାଚକ୍ର ପରିଚାଳନା କରିଥିଲେ । ଏହି ଅବସରରେ ବ୍ୟଙ୍ଗ କବି ଅଚ୍ୟୁତ ପୁରୋହିତ ଓ ଡ.ବେଣୁଧର ପାଣ୍ଡେ ସ୍ମୃତିକୁ ନେଇ ନିଜ ଲିଖିତ କବିତା ପାଠ କରିଥିଲେ । ଶେଷରେ ସାମ୍ବାଦିକ ବିଶ୍ୱଜିତ ଦାଶ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ, ସହରର ଶତାଧିକ ବୁଦ୍ଧିଜୀବୀ , ବରିଷ୍ଠ ନାଗିରକ ମଂଚର କର୍ମକର୍ତା, ନାଗରିକ କମିଟି, ମାହେଶ୍ୱରୀ ସଂଗଠନ, ସଂପୂର୍ଣ୍ଣା ମହିଳା ସଂଗଠନ,ସଖି ସେଣ୍ଟରର କର୍ମକର୍ତ୍ତା, ବିଜେପି ମହିଳା ମୋର୍ଚ୍ଚା, କଣ୍ଟାବାଞ୍ଜି ପ୍ରେସ କ୍ଲବର କର୍ମକର୍ତ୍ତା, ପାଟଣାଗଡ ସାମ୍ବାଦିକମାନଙ୍କ ସହ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ୨୯ ତାରିଖରେ ସମସ୍ତଙ୍କୁ ଶୋକସାଗରରେ ଭସାଇ ଦେଇ ଇହଧାମ ତ୍ୟାଗ କରିଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା । ଜିଲ୍ଳା ସାମ୍ବାଦିକ ଜଗତରେ ସୃଷ୍ଟି ହୋଇଥିଲା ଶୂନ୍ୟସ୍ଥାନ । ସ୍ୱର୍ଗତ ବେହେରା ୧୯୩୯ ମସିହା, ପବିତ୍ର ଜନ୍ମାଷ୍ଟମୀ ଦିନ ଜନ୍ମଗ୍ରହଣ କରିଥିଲେ । ତେଣୁ ତାଙ୍କ ଜୀବିତ ଅବସ୍ଥାରେ ପ୍ରତିବର୍ଷ ଜନ୍ମାଷ୍ଟମୀ ଦିନ ବିଭିନ୍ନ ଜାଗାରେ ତାଙ୍କ ଉପସ୍ଥିତିରେ ଜନ୍ମଦିବସ ପାଳନ କରାଯାଉଥିଲା । କିନ୍ତୁ ଏଥର ଜନ୍ମଷ୍ଟମୀ ସମୟରେ ସତ୍ୟନାରାୟଣ ବେହେରା ଇହଜଗତରେ ନଥିଲେ । ତେଣୁ ତାଙ୍କୁ ସ୍ମରଣ କରିବାକୁ ସ୍ମୃତିସଭା ଆୟୋଜନ କରାଯାଇଥିଲା । 


News Comment




Photo in News

Advertisment
Lastest News
  ଜିଲ୍ଲା  
ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   07-Oct-2026
  ଜିଲ୍ଲା  
ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   07-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   07-Oct-2026
  ଜିଲ୍ଲା  
ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା   07-Oct-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   07-Oct-2026
  ଜିଲ୍ଲା  
ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କେନ୍ଦ୍ର, ବରଗଡ଼ ତରଫରୁ ପେନସନର୍ସ ମିଟ ଆୟୋଜିତ   07-Oct-2026
  ଜିଲ୍ଲା  
ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ଫୁଲମୁଠିର ଓଡ଼ିଆ ଶିଳ୍ପୀ ଅଶୋକଙ୍କୁ ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନ   07-Oct-2026
  ଜିଲ୍ଲା  
_ଭୀମଟାଙ୍ଗିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ   07-Oct-2026

You Might Also Like