-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
20-Aug-2022
ବଲାଙ୍ଗୀର(ପ୍ରେରଣା ଖବର)- ଗତ କିଛି ଦିନ ହେଲା ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ସେବା ଏକ ପ୍ରକାର ଅଚଳ ହୋଇଯାଇଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଜଳ ଓ ବିଦ୍ୟୁତ ପରି ମୌଳିକ ସୁବିଧାରୁ ବଞ୍ଚିତ ଛାତ୍ରଛାତ୍ରୀ ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଶେଷରେ କଲେଜରେ କାର୍ଯ୍ୟରତ ଡିନ୍ ଙ୍କ ସମେତ ଛାତଛାତ୍ରୀ ମାନେ କଲେଜରେ ଦେଖାଦେଇଥିବା ଏହି ଉତ୍କଟ ସମସ୍ୟା ସଂପର୍କରେ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି ।