-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
20-Aug-2022
ବଲାଙ୍ଗୀର(ପ୍ରେରଣା ଖବର)- ଜମିଜମା ମାମଲାକୁ ନେଇ ଏକ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ଗୋଷ୍ଠୀର ୩ଜଣ ବ୍ୟକ୍ତି ଗୁରୁତର ଆହାତ ହୋଇ ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରି ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଏପରିକିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ମହିମୁଣ୍ଡା ଗାଁ ରେ । ସୂଚନାରୁ ପ୍ରକାଶ ଯେ ଆଜି ବଲାଙ୍ଗୀର ତୁଳସୀ ନଗରର ବାସୀନ୍ଦା ସୁଦାମ କବାଟ, ବଡ ନାନୀ ଶୈଳ ବାଗ(୬୦) ଓ ଭଣଜା ଆଶିଷ ବାଗ(୨୮) କୌଣସି କାମରେ ମହିମୁଣ୍ଡା ଗାଁ କୁ ଯାଇଥିଲଲେ । ସଂଧ୍ୟା ପ୍ରାୟ ସାଢ଼େ ୫ ଟା । ଗାଁ ର ହୃଷି କବାଟ, କୁନ୍ତି କବାଟ, ଅଯୋଧ୍ୟା କବାଟ ଙ୍କ ସହ ଅନ୍ୟମାନେ ବଲାଙ୍ଗୀର, ତୁଳସୀନଗରରୁ ଆସିଥିବା ଏହି ତିନି ଜଣ ବ୍ୟକ୍ତିଙ୍କୁ ଆତର୍କିତ ଭାବରେ ଲୁହାରଡ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ସୁଦାମ ଗୁରୁତର ଭାବେ ଆହାତ ହୋଇଥିବା ବେଳେ ଅନ୍ୟ ମାନେ ମଧ୍ୟ ଆହାତ ହୋଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ସର୍ଜରୀ ସର୍ଜରି ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣର ଶୀକାର ହୋଇଥିବା ବ୍ୟକ୍ତି ମାନେ ଏ ସଂକ୍ରାନ୍ତରେ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି ଆକ୍ରମଣକାରୀଙ୍କୁ ଗିରଫ କରି ନାହିଁ ।