-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
20-Aug-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ କଲେଜ ସଂସ୍କୃତ ବିଭାଗ ପକ୍ଷରୁ ବିଶ୍ଵ ସଂସ୍କୃତ ଦିବସ ଶନିବାର ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ଼.ଧିରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ମୁଖ୍ୟଅତିଥି ଭାବେ କବି ତଥା ବ୍ଳକ ପିିଓ ଦ୍ଵିତୀକୃଷ୍ଣ ପଣ୍ଡା,ସମ୍ମାନିତ ଅତିଥି ଭାବେ ଇଂରାଜୀ ଅଧ୍ୟାପକ ବାଣୀ ପ୍ରସାଦ ବିଶ୍ବାଳ ଯୋଗଦେଇଥିଲେ । ସଭା ପ୍ରାରମ୍ଭରେ ସଂସ୍କୃତ ବିଭାଗ ମୁଖ୍ୟ ହରିଶ୍ଚନ୍ଦ୍ର ହୋତା ବେଦପାଠ କରିବା ସହ ଅତିଥି ପରିଚୟ ପ୍ରଦାନ ତଥା ସଂସ୍କୃତ ଦିବସର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ। ମହାକବି କାଳିଦାସଙ୍କ ମେଘଦୂତମ୍ କାବ୍ୟର ଓଡ଼ିଆ ଅନୁବାଦ ପୁସ୍ତକ ପାଇଁ କବି ଦିତୀକୃଷ୍ଣ ପଣ୍ଡାଙ୍କୁ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସଂସ୍କୃତ ଶ୍ଳୋକ ପଠନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ଅଚ୍ୟୁତାନନ୍ଦ ସାହୁ,କୁମାରୀ ସୁନୀତା ମହାକୁର ଓ ଦୀପାଞ୍ଜଳୀ ପ୍ରଧାନ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସଭାର ଦ୍ବିତୀୟ ପର୍ଯ୍ୟାୟରେ ସ୍ବରଚିତ କବିତାପାଠୋସ୍ବରେ ଦିତୀକୃଷ୍ଣ ପଣ୍ଡା,ଡ଼.ଧିରେନ୍ଦ୍ର ନାୟକ, ହରିଶ୍ଚନ୍ଦ୍ର ହୋତା, ପ୍ରମିତା କୁମାରୀ ମିଶ୍ର, ଭଗବାନ ସାହୁ, ରୁଦ୍ରନାରାୟଣ ଦାସ,ମାନସ ରଞ୍ଜନ ମିଶ୍ର,ଜାନକୀ ସାମିନୀ, ଦୀପିକା ବାରିକ,ପ୍ରକାଶ ଦାସ ସନ୍ତୋଷ ପଣ୍ଡା,ଲକ୍ଷ୍ମଣ ଝାଙ୍କର, ଲାଇବ୍ରେରୀଏନ ଭାରତୀ ବାବୁ ଓ ଛାତ୍ରୀ ମାନେ ପ୍ରାରମ୍ଭିକ ଓ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ। ଶେଷରେ ଅର୍ଥନୀତି ଅଧ୍ୟାପକ ବିଶ୍ବନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।