-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-Aug-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) ତୁରେକେଲା ବ୍ଲକ ଚଟୁଅନକା ପଂଚାୟତ କୁର୍ଲି ଗାଁ ଅଙ୍ଗନବାଡି କେନ୍ଦ୍ରରେ କୁର୍ଲି ମାଁ ଧୋବ ଘାଟେନ ଯୁବକ ସଂଘ ଓ କଂଟାବାଞ୍ଜି ପ୍ରେସ କ୍ଲବ ମିଲିତ ଉଦ୍ୟମରେ ସ୍ୱାଭିମାନ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ, ସମ୍ମାନିୟ ଅତିଥି ଭାବେ ସମିତି ସଭ୍ୟ ଗିରିରାଜ ସିଂ ମାଝି, ଚଟୁଅନକା ସରପଂଚ ଜ୍ଞାନ ରଂଜନ ତାଣ୍ଡି, ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ସମାଜସେବୀ ଜୌତି ପନିକା ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱେଚ୍ଛାକୃତ ଭାବେ ଜଣେ ମହିଲା ସହ ୫୬ ଜଣ ରକ୍ତ ଦେଇଥିଲେ । ମାଁ ଧୋବ୍ ଘାଟେନ୍ ଯୁବକ ସଂଘ ସଭାପତି ଗୁଣନିଧି ରଣା, ସଂପାଦକ ମହେନ୍ଦ୍ର ରଣା, କୋଷାଧ୍ୟକ୍ଷ ସୁମନ୍ତ ରଣା, ଶ୍ୟାମ ସୁନ୍ଦର ରଣା, ସଦସ୍ୟ ଜଗମୋହନ ତାଣ୍ଡି, ଦ୍ୱିଜରାଜ ରଣା, କହ୍ନେୟା ଠାକୁର, ବେଦପ୍ରକାଶ ରଣା, ନିରାକାର ରଣା, ଟୁନୁ ରଣା , ପ୍ରେସ କ୍ଲବ କାର୍ଯ୍ୟକାରି ସଭାପତି ସୁରଦାସ ବାଗ, ସଂପାଦକ ଜୁଗଲ କିଶୋର ଶବର, ଉପସଭାପତି ମନୋଜ ଶର୍ମା, ସହସଂପାଦକ ରୋହନ ମହତ ( ସଂଗଠକ), ବିସିକେଶନ ମାଝି ( ଅଫିସ), ପରାମର୍ଶଦାତା ଦୁର୍ଗା ପ୍ରସାଦ ଗୁପ୍ତା (ବଣ୍ଟି), ଆନନ୍ଦ ମୋଟେ, ଆଶିଷ ଖଇତାନ, ସଦସ୍ୟ ବିକାଶ ମିତ୍ତଲ , ଯୁବ ସମାଜସେବୀ ଶିଙ୍କି ସାଲୁଜା, ୟୋଗେଶ ପନିକା ପ୍ରମୁଖ ସହଯୋଗ କରିଥିଲେ । ବ୍ଲଡ ବ୍ୟାଙ୍କ ଅଫିସର ଭାବେ ଡାକ୍ତର ଜୌତି ପ୍ରକାଶ ରାମ, ଟେକନିସିଆନ ସୁନିତା ଭୋଇ, କର୍ମଚାରି ଶିବ କୁମାର ସାହୁ, ଦୁର୍ଗା ତାଣ୍ଡି , ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ । ଶିବିର ଆୟୋଜକ ପକ୍ଷରୁ କୁର୍ଲି ଅଙ୍ଗନବାଡି କର୍ମି ସୁମିତ୍ରା ରଣାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।