-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-Aug-2022
ନବରଙ୍ଗପୁର : ଅଗଷ୍ଟ ୧୯ ତାରିଖ ଦିନ ଘଡଖୁଣ୍ଟା ପଞ୍ଚାୟତ ଅଧିନ ସିନ୍ଦିଭାଟା ଗ୍ରାମର ଫୁଲମତୀ ଭତ୍ରା ନାମ୍ନୀ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ପରେ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ତାଙ୍କ ନବଜାତ ଶିଶୁକୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଟା ଯାଇଥିବା ସୂଚନାମିଳିଛି । କିଭଳି ଓ କାହିଁକି ଏଭଳି ଦୁଃଖଦ ଘଟଣା ହେଲା ତାହା ତ ତଦନ୍ତର ବିଷୟ। କିନ୍ତୁ ଧିରେ ଧିରେ ଅନେକ ବିଷୟ ଲୋକଲୋଚନକୁ ଆସୁଛି।କିଛିଦିନ ପୂର୍ବେ କୋପର ଟି ନେବାକୁ ଦୁଇ ମହିଳାଙ୍କୁ ବାଧ୍ୟ କରାଯିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏହା କୁ ନେଇ ବୁଦ୍ଧିଜୀବୀ ମାନେ ଅନେକ ସ୍ଥାନରେ ନିନ୍ଦା କରିଥିଲେ।କିନ୍ତୁ ସେବିଷୟରେ ମଧ୍ୟ ସ୍ୱାସ୍ଥ୍ୟବିଭାଗ କିଛି ପଦକ୍ଷେପ ଆଜି ପର୍ଯନ୍ତ ନେଇନଥିବା ସ୍ୱଷ୍ଟକରି ଦେଉଛି ଡାବୁଗାଁ ତଥା ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ କିଭଳି ସଜାଗଅଛି ।ବର୍ତ୍ତମାନ ହିନ୍ଦୁ ମହାସଂଘ ପକ୍ଷରୁ ମହାସଂଘର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି। ନିଜ କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ କୁ ସେ ଦାବି କରିଛନ୍ତି।
(ରିପୋର୍ଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର)