-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-Aug-2022
ନାକଟିଦେଉଳ(କନ୍ଦର୍ପ ବେହେରା) ନାକଟିଦେଉଳ ଥାନା ବାଟଗାଁରେ ଜନୈକା ମହିଳା ଘର ପଛପଟେ ଘାସ ଉପାଡୁଥିବା ସମୟରେ ଏକ ବିଷଧର ନାଗସାପ କାମୁଡିବାରୁ ମ୍ରୁତ୍ୟୁବରଣ କରିଥିବା ଜଣାପଡ଼ିଛି ।ପ୍ରକାଶ ଯେ ,ନାକଟିଦେଉଳ ଥାନା ବାଟଗାଁ ଗ୍ରାମର କଟି ମାଝୀ (୭୦) ନିଜ ଘର ଚାରିପାଖ ସଫା କରୁଥିଲେ ଏହି ସମୟରେ ଏକ ନାଗ ସାପ ତାଙ୍କୁ ଚୋଟ ମାରିଥିଲା ା ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନ ଆଣି କୁଞାମୁରା ଶିବ ମନ୍ଦିର ନେଇଯାଇଥିଲେ ା ସେଠାରେ ସେ ଭଲ ନ ହେବାରୁ ଘରକୁ ଆଣିଥିଲେ l ଆଜି ସକାଳେ ମହିଳାଙ୍କର ମ୍ରୁତ୍ୟୁ ହୋଇଥିବା ଜଣାପଡ଼ିଛି । ନାକଟିଦେଉଳ ପୋଲିସ୍ ଖବର ପାଇ ଗାଁରେ ପହଂଚି ଏକ ଅପମ୍ରୁତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ କରାଯାଇଥିବା ଜଣାପଡ଼ିଛି ା