-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-Aug-2022
ସୋନପୁର ମହାବିଦ୍ୟାଳୟର ଓଡିଆ ବିଭାଗ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ବିଭାଗୀୟ ମୂଖ୍ଯ ଡକ୍ଟର ସୌରଭ ରଂଜନ ଖମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୁପେ ଇଂରାଜୀ ଭାଷା ସାହିତ୍ଯ ବିଭାଗର ମୂଖ୍ଯ ଡକ୍ଟର କଳ୍ପନା ମିଶ୍ର ଯୋଗ ଦେଇ କବିଙ୍କ ଲେଖାରେ ଅଧ୍ୟାତ୍ମିକତା ସହ ମାନବିକ ମୂଲ୍ୟବୋଧର ଅପୁର୍ବ ସମନ୍ବୟର ଅବତାରଣା କରିଥିଲେ ।ଅନ୍ୟତମ ବକ୍ତା ଭାବରେ ଯୋଗ ଦେଇ ଅଧ୍ୟାପକ ସରୋଜ କୁମାର ଜଗଦଲା ଓ ଡକ୍ଟର ଇତିଶ୍ରୀ ଦାସ କବିଙ୍କ ଅନ୍ଯାନ୍ଯ ଭାବବୋଧ ଯେପରି ପ୍ରକୃତି ଚିତ୍ରଣ, ସତ୍ଯ ଶିବ ସୁନ୍ଦରର ବିଶ୍ଳେଷଣ ଆଦି ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଧ୍ୟାପକ ମୀନକେତନ କୁମ୍ଭାର,ଅଧ୍ୟାପିକା ନୀଳିମା ପ୍ରଧାନଙ୍କ ସହ ବିଭାଗ ର ଛାତ୍ର ଛାତ୍ରୀଙ୍କ ମାନେ ବିଶେଷ ଭୂମିକା ଗ୍ରହଣ କରିଥିବା ବେଳେ ଶେଷ ବର୍ଷ ଛାତ୍ର ଗୁପ୍ତେଶ୍ଵର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।