-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-Aug-2022
ସୁବର୍ଣ୍ଣପୁର- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆସନ୍ତା ତା୧.୯.୨୦୨୨ ଗୁରୁବାରଦିନ ପାଳନ ହେବ। ଏଥିପାଇଁ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳପାଇଁ ଆଜି ସୋନପୁର ର ବଡ଼ ଜଗନ୍ନାଥ ମନ୍ଦିର ପରିସରସ୍ଥ ମୁକ୍ତି ମଣ୍ଡପ ଠାରେ ଜିଲ୍ଲାର ତଥା ଗଡଜାତ ର ସମସ୍ତ ଜ୍ୟୋତିର୍ବିଦ ପଣ୍ଡିତ ସମାଜ ପକ୍ଷରୁ ନବାନ୍ନ ଭକ୍ଷଣ ପାଇଁ ଶୁଭଲଗ୍ନ ନିରୁପଣ କରାଯାଇଛି। ପ୍ରାତଃ୮.୨୦ ମିନିଟରୁ ୯.୨୦ ମିନିଟ ମଧ୍ୟରେ ମାଁ ସମଲେଶ୍ୱରୀଙ୍କ ମନ୍ଦିର ଠାରୁ ପାହୁରଯାତ୍ରା ବାହାରିବ ।ଭାଦ୍ରବ ଶୁକ୍ଳ ରୁଷି ପଞ୍ଚମି ସ୍ୱାତୀ ନକ୍ଷତ୍ର ତୁଳାରାଶି ବ୍ରହ୍ମଯୋଗ ବାଳବକରଣ ମାହେନ୍ଦ୍ରବେଳା ପୂର୍ବାହ୍ନ ଘ.୧୦.୭ ମିନିଟରୁ ଘ୧୦.୨୧ ମିନିଟ ମଧ୍ୟେ ତୁଳାଲଗ୍ନ ମୀନ ନବାଂଶରେ ଶ୍ରୀ ଅଷ୍ଟଚଣ୍ଡି,ଅଷ୍ଟବିଷ୍ଣୁ,ଅଷ୍ଟଶମ୍ଭୁ ଙ୍କ ଠାରେ ନବାନ୍ନ ସମର୍ପଣ ହେବ ଓ ସମସ୍ତେ ଉକ୍ତ ସମୟରୁ ନବାନ୍ନ ଭକ୍ଷଣ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରାଯାଇଛି।ଉପସ୍ଥିତସମସ୍ତ ଜ୍ୟୋତିର୍ବିଦ ଙ୍କ ପକ୍ଷରୁ ଜ୍ୟୋତିର୍ବିଦ ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମହାପାତ୍ର ଉକ୍ତ ଲଗ୍ନ ପ୍ରକାଶ କରିଛନ୍ତି। ଏହିଲଗ୍ନ ଧାର୍ଯ୍ୟ ସମୟରେ ଜିଲ୍ଲାର ବିଭିନ୍ନ ପଣ୍ଡିତ ଙ୍କସମେତ ବିଭିନ୍ନ ମନ୍ଦିର ର ସେବାୟତ ତଥା ପୋରାଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ଶଶାଙ୍କ ଶେଖର ସିଂହଦେଓ, ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ,ଶେଷଦେବ ମେହେର, ବୈକୁଣ୍ଠ ଶତପଥୀ, ରାମଜୀ ନେଗୀ,ଲଡୁକିଶୋର ମଲ୍ଲିକ ପ୍ରକାଶ ସାହୁ,କଇରୁ
ସ୍ୱ।ଇଁ, ପିୟୁଷ ପଣ୍ଡା, ଭାଗିରଥି ମିଶ୍ର, ରାଜକିଶୋର ପାତ୍ର, ପୋରପରିଷଦ ର ଶିବରାମ ସାହୁ ଙ୍କ ସମେତ ସମସ୍ତ କାଉନସିଲର ଓ ସହରର ବୁଦ୍ଧିଜୀବୀ ଓ ସମସ୍ତ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇ ଥିଲେ।