-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-Aug-2022
ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲା ଫଟୋଗ୍ରାଫି ଅନୁଷ୍ଠାନ ଏକ୍ଜୋଟିକ୍ ସୁବର୍ଣ୍ଣପୁର ତରଫରୁ ଆଜି ବିଶ୍ବ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ଆମ ରାଜ୍ୟର ବିଶିଷ୍ଟ ପକ୍ଷୀପ୍ରେମୀ ତଥା ଫଟୋଗ୍ରାଫର ଦିନେଶ ରଂଜନ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମକାଳିନ ଫଟୋଗ୍ରାଫି ଏବଂ ପରିବେଶ ଓ ପର୍ଯ୍ୟାବରଣ ଉପରେ ଏକ ଚିନ୍ତନ ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶପ୍ରେମୀ ଡ.ସତ୍ୟ ନାରାୟଣ ହୋତା, ପ୍ରାଣୀବିଜ୍ଞାନ ଅଧ୍ୟାପକ ଉମାକାନ୍ତ ନାଗ, ବିଶିଷ୍ଟ ଫଟୋଗ୍ରାଫର ସିଦ୍ଧାର୍ଥ ସଂଜୀବ ପାଣିଗ୍ରାହୀ, ପରିବେଶ ପ୍ରେମୀ ଅମ୍ବୁଜ ଶତପଥୀ ଓ ବେଣୁଧର ପ୍ରଧାନ ପ୍ରମୁଖ ପରିବେଶ ଓ ପର୍ଯ୍ୟାବରଣକୁ ସୁରକ୍ଷିତ ରଖିବାରେ ଫଟୋଗ୍ରାଫିର ଭୂମିକା ଓ ବିଶ୍ବ ସମୁଦାୟକୁ ବାର୍ତ୍ତା ରହିଛି ବୋଲି ଆଲୋଚନା କରିଥିଲେ । ଏହି ଅବସରରେ ଏକ୍ଜୋଟିକ୍ ପକ୍ଷରୁ ଆଗରୁ ନେଚର୍ - ଲ୍ୟାଣ୍ଡସ୍କେପ୍ କୁ ନେଇ କରାଯାଇଥିବା ଅନ୍ ଲାଇନ୍ ଫଟୋଗ୍ରାଫିର ୮ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏକ୍ଜୋଟିକ୍ ର ପ୍ରତିଷ୍ଠାତା ସଦସ୍ୟ ପକ୍ଷୀପ୍ରେମୀ ପିନାକୀ ପଣ୍ଡା ଓ ସତ୍ୟବ୍ରତ ପଧାନଙ୍କ ଆୟୋଜନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ପର୍ବରେ ସିଦ୍ଧାର୍ଥ କୁମାର ସାହୁ, ସୁମିତ କୁମାର ଶତପଥୀ, ସୁଜିତ କୁମାର ଶତପଥୀ, ନରେନ ମଲ୍ଲିକ, ସାନୁ ମେହେର, ଅଭିଷେକ କୁମାର ସାହୁ,ରାଜା ବାଙ୍କା, ସିଦ୍ଧାନ୍ତ ମାହେଶ୍ବରୀ ପ୍ରସାଦ ଆଚାର୍ଯ୍ୟଙ୍କୁ ସ୍ବତନ୍ତ୍ର ଭାବେ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶୁଶାନ୍ତ ପଣ୍ଡା, ନିରଞ୍ଜନ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।