-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-Aug-2022
ବରଗଡ଼:-ବରଗଡ ଜିଲ୍ଲା ପଦ୍ମପୁର ମଙ୍ଗଳାକୃପା ଭବନ ବରଗଡ଼ ରୋଡ଼ ରାସ୍ତାରେ ଆଜି ରାଜବୋଡ଼ାସମ୍ବର ଉପସଭାପତି ମନୋଜ କୁମାର ମହାନ୍ତି ଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂପାଦକ ତ୍ରିବିକ୍ରମ ପ୍ରଧାନ, ଉପ ସଂପାଦକ ସୁନୀଲ କୁମାର ଦାସ କୋଷାଧ୍ୟକ୍ଷ ରାଜେଶ ସାହୁ ଏହି ସଭାରେ ବିଭିନ୍ନ ଦିଗରେ ଆଲୋଚନା କରିଥିଲେ । ଫଟୋ ଗ୍ରାଫର ଦିବସ କୁ ସବୁବେଳେ ମନେ ରଖିବା ପାଇଁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ଓ ଗଛ କିପରି ବଞ୍ଚିବ ସେ ଉପରେ ସମସ୍ତ କର୍ମକର୍ତ୍ତା ମାନେ ଅଧିକ ଦାଇତ୍ୱ ବାନ ହେବା ପାଇଁ ନିଜେ ଦାଇତ୍ୱ ନେଇଥିଲେ । ଏହି ଫଟୋ ଗ୍ରାଫର ଦିବସରେ ପଦ୍ମପୁର ଉପଖଣ୍ଡ ର ପଦ୍ମପୁର ,ପାଇକମାଲ , ଝାରବନ୍ଦ ଗାଇସିଲାଟ , ବିଜେପୁର , ସୋହେଲା ର ସମସ୍ତ ଫଟୋଗ୍ରାଫର ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ , ସୁଧାଂଶୁ ପଣ୍ଡା , ଜିତେନ ତରିଆ , ଶ୍ରୀୟାନ୍ସ , ଅଙ୍କିତ , ରୂପେଶ ସହଯୋଗ କରିଥିଲେ । ଶେଷରେ ନିଲୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।