-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-Aug-2022
ବୌଦ୍ଧ(ପ୍ରେରଣା ଖବର) : ବୌଦ୍ଧଜିଲା ରେଡକ୍ରସ କମିଟି ବୈଠକ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲାରେ ରେଡକ୍ରସ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରାଯିବା ସହିତ ୨୦୨୨-୨୩ ରେ ଜିଲା ରେଡକ୍ରସ ସମିତି ପାଇଁ କିପରି ଅଧିକ ପାଣ୍ଠି ଯୋଗାଡ କରାଯାଇପାରିବ ଆଲୋଚନା କରାଯାଇଥିଲା । ବର୍ଷକୁ ଜିଲାରେ ଦୁଇଟି ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯିବା ସହିତ ଜିଲାର ସମସ୍ତ ଅଧିକାରୀ,କର୍ମଚାରୀ ରେଡକ୍ରସର ଆଜୀବନ ସଦସ୍ୟତା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହିତ ସମସ୍ତ ପଞ୍ଚାୟତ ସମିତି ଓ ଜିଲାପରିଷଦ ସଭ୍ୟମାନେ ରେଡକ୍ରସର ଆଜୀବନ ସଦସ୍ୟତା ଗ୍ରହଣ କରିବାକୁ ନିବେଦନ କରାଯିବା ସହିତ ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ରେଡକ୍ରସ ପାଣ୍ଠି ବୃଦ୍ଧି ପାଇଁ ସମସ୍ତ ବସମାଲିକ,ଟାକ୍ସିମାଲିକ,ଟ୍ରକମାଲିକଙ୍କ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନର ମାଲିକମାନଙ୍କୁ ରେଡକ୍ରସର ଆଜୀବନ ସଦସ୍ୟଭୁକ୍ତ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ବର୍ଷକରୁ ଅନ୍ୟୁନ ୪ଥର ଜିଲା ରେଡକ୍ରସ ସମିତିର ବୈଠକ ଅନୁଷ୍ଠିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିବତାରାଣୀ ଦଳବେହେରା,ଜିଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଉପଜିଲାପାଳ ସନତ କୁମାର ନାଏକ,ଜିଲା ରେଡକ୍ରସର ସଂପାଦକ ବିଜୟ କୁମାର ପ୍ରଧାନ,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ,ଡିଏସଆର ମଙ୍ଗଳୁ ଭୋଏ,ଜିଲା ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ,ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର, ଯୁବରେଡକ୍ରସ ସଂପାଦକ ପ୍ରବୀର କୁମାର ଦାଶ ଓ ଜିଲା ରେଡକ୍ରସର ଆଜୀବନ ସଦସ୍ୟମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।