-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-Aug-2022
ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ସହିତ ନଗରପାଳ ମୃତ୍ୟୁ ନ୍ଯାୟ ମିଶ୍ର ଆଜି ସୌଜନ୍ୟମୂଳକ ସାକ୍ଷାତ କରି ବୌଦ୍ଧ ସହର ବିକାଶ ଉପରେ ଆଲୋଚନା କରିଛନ୍ତି ।ସହର ଉନ୍ନତି କରଣ, ପାର୍କିଂ ସୁବିଧା, କାନ୍ଥ ପେଣ୍ଟି ବସଷ୍ଟାଣ୍ଡ ସ୍ଥାନାନ୍ତରୀକରଣ ,ମର୍ଯାକୁଦରେ ଆଲୋକିକାରଣ, ପର୍ଯ୍ୟଟନର ଉନ୍ନତି କରଣ, ସହର ସୌନ୍ଦର୍ଯ୍ୟ କରନ,ମିନିଯିମ ୱାର୍କସ କ୍ଳବ ଉପରେ ଆଲୋଚନା କରିଥିଲେ ।କାଉନସିଲ ବୈଠକ ପରେ ସହରର ବିଭିନ୍ନ ସ୍ଥାନକୁ ଯାଇ ଉନ୍ନତି କରାଯିବ ସେନେଇ ଆଲୋଚନା କରିଥିଲେ ।ରାସ୍ତା କଡରେ ବାଲି ମାଟି ନ ପକାଇବା ଉପରେ ଗୁରୁତ୍ୱରପ ଓ ହେଲମେଣ୍ଟ ଚେକିଂ ଉପରେ ଗୁରୁତ୍ୱ ଦେବା ବିଷୟରେ ଆଲୋଚନା କରିଥିଲେ । ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁକୃ ସ୍ଵାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତକାନ୍ତି ବଳିଆରସିଂ ଥିଲେ ।ଏହି ବୈଠକରେ ୨୦୨୨-୨୩ ମସିହାର କଲଚର କ୍ୟାଲେଣ୍ଡରକୁ ସୁକୃ ସ୍ଵାଇଁ ଉପସ୍ଥାପନ କରିଥିଲେ ।
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆମ ଜିଲ୍ଲା କୁ ଦୁଇଦିନ ବ୍ୟାପି ଅହିଂସା ରଥ ବୌଦ୍ଧ ଜିଲ୍ଲା ପରିକ୍ରମା କରିବାର ଉପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୁଟଚାର୍ଟ ଉପସ୍ଥାପନ କରିଥିଲେ ।