-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-Aug-2022
ବଲାଙ୍ଗୀର, ଭୀମ ସେନା ସମର୍ଥ ଭାରତ ସଂଗଠନ ତରଫରୁ ଆଜି ନିଜର କେତୋଟି ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି । ଜନ ଆନ୍ଦୋଳନ ପାଇଁ ଏହି ସଂଗଟନ ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି କରିଛି । ଗତ କିଛି ଦିନ ତଳେ ସୋନପୁର ଜିଲ୍ଲା ଖାରି ବଡବାହାଲି ଠାରେ ସ୍ନେହଲତା ସୁନା ନାମକ ଜଣେ ମହିଳା ପୋଲିସ ରାସ୍ତାରେ ଠିଆ ହୋଇଥିବା ୮ ଜଣ ଙ୍କୁ ନିଜ କାରରେ ଧକ୍କା କରି ମୃତ୍ୟୁ ମୁଖକୁ ଠେଲି ଦେଇଥିଲେ । ହାଫ୍ ମର୍ଡର କରିଥିବା ଏହି ମହିଳା ପୋଲିସକୁ ଗିରଫ କରିବା ପାଇଁ ଭୀମ ସେନା ସମର୍ଥ ଭାରତ ସଂଗଠନ ତରଫରୁ ଦାବି କରାଯାଇଛି । ଏ ନେଇ ସଂଗଠନର ସଭ୍ୟ ମାନେ ସୋନପୁର ଏସ୍ପି ଙ୍କ ଅଫିସ ଆଗରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭୀମ ସେନା ସମର୍ଥ ଭାରତ ଓଡ଼ିଶା ପ୍ରଭାରୀ ରମାକାନ୍ତ ରାବଣ ଙ୍କ ନେତୃତ୍ୱରେ ଆଜି ପୁଇଁତଳା ବ୍ଲକର ଜନଜାତି ବସ୍ତିରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ଜିଲ୍ଲା କୁମ୍ଭାରମୁଣ୍ଡା ଶାନ୍ତିଲତା ବାରିକ ହତ୍ୟାକାଣ୍ଡ ମାମଲା ରେ କିଛି ବ୍ରାହ୍ମଣ ବ୍ୟକ୍ତି ସଂପୃକ୍ତ ଥିବା ନେଇ ଭୀମ ସେନା ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଅନୁସୂଚିତ ଜନଜାତିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଭୀମ ସେନା ସମର୍ଥ ଭାରତ ସଂଗଠନ ତରଫରୁ ଜନଜାଗରଣ ଯାତ୍ରା କରାଯିବାକୁ ପ୍ରସ୍ତୁତି ଚାଲିଛି ।