-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-Aug-2022
ବରଗଡ:-ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୈନାଢୋରା ପଞ୍ଚାୟତ ସଦର ଗ୍ରାମର ଧନେଶ୍ଵର ଦେହେରି ଙ୍କ ମାଟିଘର ଗତ ସପ୍ତାହରେ ଲଗାଣ ବର୍ଷା ଯୋଗୁଁ ଭୁଶୁଡି ଯାଇଥିଲା ଏବଂ ରହିବାପାଇଁ ଅନ୍ୟତ୍ର ଆଶ୍ରୟ ନେଉଥିଲେ । ଏନେଇ ସରକାରୀ ସହାୟତା ର ସହଯୋଗ ସହ ଘର ସଜାଡ଼ିବା ପାଇଁ ପଲିଥିନ ଖଣ୍ଡିଏର ଅପେକ୍ଷାରେ ଥିଲେ ଧନେଶ୍ୱର ଯାହା ତାଙ୍କୁ ଠିକ ସମୟରେ ମିଳିପାରିନଥିଲା ଯାହା ତାଙ୍କୁ ହତାଶ କରିଥଲା । ଘଟଣାଟି ଅମ୍ବାଭୋନା ଗ୍ରାମର ଯୁବ ସ୍ବେଚ୍ଛାସେବୀ ଅଭୟ ପଣ୍ଡାଙ୍କ ନଜରେ ପଡିଥିଲା ଏବଂ ତୁରନ୍ତ ତାଙ୍କୁ ପଲିଥିନ ଯୋଗାଇ ଦେବାକୁ ଅମ୍ବାଭୋନା ତହସିଲଦାର ମହୋଦୟ ଙ୍କୁ ଅନୁରୋଧ କରିଥିଲେ ।ତାଙ୍କର ଅନୁରୋଧ ସଙ୍ଗେ ସଙ୍ଗେ ଘଟଣାର ତଦନ୍ତ ପାଇଁ ଭୁକ୍ତା ରାଜସ୍ବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଆଗଲା ।ତାର କିଛି ଘଣ୍ଟା ମଧ୍ୟରେ ରାଜସ୍ବ ଅଧିକାରୀ ଘଟଣା ର ତଦନ୍ତ କରି ଅମ୍ବାଭୋନା ତହସିଲ କାର୍ଯ୍ୟାଳୟକୁ ଜଣାଇଥିଲେ ।ତହସିଲ କାର୍ଯ୍ୟାଳୟର କନିଷ୍ଠ ରାଜସ୍ବ ଅଧିକାରୀ ଶ୍ରୀ ବିଘ୍ନରାଜ ଭୁଏ ଧନେଶ୍ୱର ଙ୍କୁ ତହସିଲ କାର୍ଯ୍ୟାଳୟରେ ପଲିଥିନ ପ୍ରଦାନ କରିଥିଲେ ।
ଅଭୟଙ୍କ ଏହି ପ୍ରୟାସ ଏବଂ ଅମ୍ବାଭୋନା ତହସିଲଦାର ମହୋଦୟଙ୍କର ତୁରନ୍ତ ପଦକ୍ଷେପ ଧନେଶ୍ୱର ମୁହଁରେ ହସ ଖେଳାଇଲା ।